ଗୁରୁଜଙ୍ଗ ଗ୍ରାମର ନୂତନ କମିଟି ଗଠିତ

ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ମେଲଣ ପଡ଼ିଆରେ ଆୟୋଜିତ ସଭାରେ ଗ୍ରାମବାସୀଙ୍କ ସ୍ୱୀକୃତିକ୍ରମେ ପୁରୁଣା କମିଟି ଭଙ୍ଗାଯାଇ ନୂତନ କମିଟି ଗଠନ କରାଯାଇଛି । ନୂତନ କମିଟିରେ ସଭାପତି ଭାବେ ସଞ୍ଜୟ କୁମାର ସିଂ, ଉପସଭାପତି ଭାବେ ଜୟକୃଷ୍ଣ ମହାପାତ୍ର, ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ସହ ସମ୍ପାଦକ କ୍ଷିରୋଦ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ବଦ୍ରିନାରାୟଣ ସାହୁଙ୍କୁ ମନୋନୀତ କରାଯାଇଥିବାବେଳେ ଏକ ଉପଦେଷ୍ଟା ମଣ୍ଡଳୀ କରାଯାଇଛି । ଏହି ନୂତନ କମିଟି ଗ୍ରାମରେ ଉନ୍ନତିମୂଳକ କାର୍ଯ୍ୟ ଲାଗି ଶପଥ ନେଇଛନ୍ତି । ଆସନ୍ତା ୨୫ ତାରିଖରେ ନୂତନ କମିଟିର ଏକ ସଭା ଅନୁଷ୍ଠିତ ହେବବୋଲି ନିଷ୍ପତ୍ତି ନିଆଯାଇଛି । ନୂତନ ସମ୍ପାଦକ ଶ୍ରୀ ସାହୁ ପ୍ରଭୁ ଧବଳେଶ୍ୱରଙ୍କ ମେଲଣ ସହ ଗ୍ରାମର ସମସ୍ତ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ କରାଯିବାପାଇଁ ସମସ୍ତଙ୍କ ସହଯୋଗ କାମନା କରି ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ