ମହାବିଷୁବ ପଣାସଂକ୍ରାନ୍ତି ନିଆଁର ଚାଲିଲେ ମାନସିକଧାରୀ

ଜଟଣୀ(ଜୁଗାବ୍ଦ ନ୍ୟୁଜ୍‍): ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଜଟଣୀର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛଇ । ଏହି ପର୍ବରେ ମାନସିକଧାରୀ ନିଆଁରେ ଚାଲିବା, ଗଡ଼ିବା ସହିତ ଝୁଲିଥିବା ଦେଖାଯାଇଛଇ । ଭିମପୁର, ବଡ ନୂଆଗାଁ, ବାଛରାପାଟଣା ଖଳି ପୋଖରୀ ପାଶ୍ୱର୍, ଦେଉଳବସ୍ତ ଆଦି ଗ୍ରାମରେ ଝାମୁଯାତ୍ରା ଓ ମଣିଆମା ପୂଜା ଆୟୋଜନ ହୋଇଥିଲା । ଭିମପୁର ଗ୍ରାମବାସୀଙ୍କ ଦ୍ୱାରା ବାଲୁଙ୍କେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଏହି ଝାମୁଯାତ୍ରା ୧୯୩୩ ମସିହାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ପାଳନ ହୋଇଆସୁଛି । ଶୁକ୍ରବାର ଅପରାହ୍ନରେ ଜଳଯାତ୍ରା, ପାଣିତୋଳା ଓ ଦଣ୍ଡଲାଗି ସହିତ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରରେ ‘ହକ୍’ ପାଟୁଆମାନେ ଦେଇଥାନ୍ତି । ଶନିବାର ମଧ୍ୟାହ୍ନରୁ ମେରୁ ପୂଜା ଓ ଓଗରତପ ସହିତ ମେରୁ ପାଳନ ହୋଇଥିଲା । ଏଥିରେ ମାନସିକଧାରୀ ନିଆଁରେ ଓଲଟା ଝୁଲି ରହି ମାନସିକ ପୂରଣ କରିଥିଲେ । ରବିବାର ପୂର୍ବାହ୍ନରେ ନାମ ସଂକିର୍ତ୍ତନ, ଗ୍ରାମ ପରିକ୍ରମା ଏବଂ ୧୦୮ ମାଠିଆରେ ଜଳାଶୟ କରିବା ପରେ ପାଟୁଆମାନେ ଗ୍ରାମରୁ ତଳେ ଗଡିଗଡି ଯାଇ ଗ୍ରାମ ପରିକ୍ରମା ଓ ସ୍ନାନ କାର୍ଯ୍ୟ କରିଥିଲେ । ଅପରାହ୍ନରେ ଝାମୁଯାତ୍ରା ଆରମ୍ଭ ହୋଇ ପାଟୁଆ ତଥା ମାନସିକଧାରୀ ନିଆଁରେ ଚାଲିଥିଲେ । ସନ୍ଧ୍ୟାରେ ନଗର କିର୍ତ୍ତନ ପରେ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଝାମୁଯାତ୍ରାର ରବିବାର ଉଦ୍ଯାପନୀ ପରେ ଏହାର ସାତଦିନରେ ମଣିଆମା ଶୁଦ୍ଧ ହୋଇଥାଏ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ