ଗୋପାଳପୁର ବନ୍ଦର ପକ୍ଷରୁ କଣମଣା ଠାରେ ବିଶୁଦ୍ଧ ପାନୀୟ ଏଟିଏମ ଓ ଆର୍ଯ୍ୟପଲ୍ଲୀରେ ଶିଶୁ ଉଦ୍ୟାନ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା): ଗୋପାଳପୁର ପୋର୍ଟ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତ ର ଟାକିରିଆ ବ୍ରହ୍ମପୁର ଠାରେ ଏକ ବିଶୁଦ୍ଧ ପାନୀୟ ଏଟିଏମ ଓ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନର ଉଦଘାଟନ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଗୋପାଳପୁର ବନ୍ଦରର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏବଂ ନିର୍ଦ୍ଦେଶକ କ୍ୟାପଟେନ ସନ୍ଦୀପ ଅଗ୍ରୱାଲ, ଉପ ସଭାପତି (ମାନବ ସମ୍ବଳ) ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦଘାଟନୀ ଉତ୍ସବରେ ଛତ୍ରପୁର ବ୍ଲକ ଚେୟାରମ୍ୟାନ ଏମ୍ ଧନଞ୍ଜୟ ରେଡ୍ଡି , କଣମଣା ପଂଚାୟତର ସରପଂଚ ଏସ୍ ଚକ୍ରପାଣି ରେଡ୍ଡି, ଆର୍ଯ୍ୟପଲ୍ଲୀ ପଂଚାୟତର ନାଏବ ସରପଂଚ ପି. ବାବଜୀ, ପ୍ରମୁଖ ଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦର ନିକଟସ୍ଥ ଗ୍ରାମ ପଂଚାୟତ କଣମଣାରେ ବିଶୁଦ୍ଧପାନୀୟ ଜଳ ସଂକଟ ଦୂର କରିବା ଉଦ୍ଦେଶ୍ୟରେ ଏହି ଏଟିଏମ ଗ୍ରାମବାସୀଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ୟୁରୋକାଫନ୍ସ କମ୍ପାନୀର ଆକ୍ୱାଗାର୍ଡ ବିଶୁଦ୍ଧ ଜଳ ଏଟିଏମ ସ୍ଥାପନ କରାଯାଇଛି । ସେହିପରି ଛାତ୍ରଛାତ୍ରୀ ଏବଂ କୁନି କୁନି ପିଲାଙ୍କ ପାଇଁ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନଳ୍ପଚ୍ଛନ ମାନର ଖେଳାଖେଳି ସରଞ୍ଜାମ ଗୁଡିକ ରଖାଯାଇଥିବା ଗୋପାଳପୁର ବନ୍ଦର ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ