ଗୋପାଳ ସମାଜର ଜିଲ୍ଲା ସ୍ଥରୀୟ ସାଧାରଣ ବୈଠକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ର ଏକ ସାଧାରଣ ବୈଠକ ରବିବାର ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକ ରେ ଜିଲ୍ଲା ସ୍ଥାୟୀ ସଭାପତି ନନ୍ଦ କିଶୋରେ ମହାଙ୍କୁଡ ସଭାପତିତ୍ୱ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏସ.ଗୋପାଳପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପିଣ୍ଟୁ ନାୟକ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଶିବରାମ ଗୌଡ଼, କାଯ୍ୟକାରୀ ସଭାପତି ଧୋବା ଗୌଡ଼, ସହ ସମ୍ପାଦକ ବିଜୟ କୁମାର ଗୌଡ଼, ଶତ୍ରୁଘ୍ନ ଗୌଡ଼, ନରସିଂହ ଗୌଡ଼, ସମୀକ୍ଷକ କାମେଶ୍ୱର ଗୌଡ଼ ଏବଂ ଜିଲ୍ଲା ର ସମସ୍ତ ତାଲୁକା ପରିଚାଳନା ପରିଷଦ ମୁଖ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଏହି ବୈଠକ କୁ ସାନଖେମୁଣ୍ଡି ତାଲୁକା ପରିଚାଳନା ପରିଷଦ ଆୟୋଜନ କରିଥିବା ବେଳେ ଜିଲ୍ଲା ସଂଘଠନ ସୁଦୃଢ ସକାଶେ ନୂତନ ନିର୍ବାଚନ ସମ୍ବନ୍ଧରେ ଆଲୋଚନା, ଜିଲ୍ଲା ସଙ୍ଘଠନ ବିଦ୍ରୋହ ସଦସ୍ୟ ମାନଙ୍କ ବିରୁଦ୍ଧରେ ଶୃଙ୍ଖଳାରଥ କାଯ୍ୟନୁଷ୍ଠାନ, ସମାଜରେ ଶିକ୍ଷା ଓ ନାରି ଶିକ୍ଷା ର ଅଗ୍ରଗତି ସମ୍ବନ୍ଦେ, ବାଲ୍ୟ ବିବାହ ନକରିବା ପାଇଁ ଆଲୋଚନା କରାଯାଇଥିଲା l ଅନ୍ୟ ମାନଙ୍କ ବିରୁଦ୍ଧରେ ରାମଚନ୍ଦ୍ର ଗୌଡ଼, ସୁବାଷ ଗୌଡ଼, ପ୍ରଫୁଲ୍ଲ ଗୌଡ଼, ବୁଲୁ ଗୌଡ଼, ସୋମନାଥ ବଳିଆରସିଂ, ନିରାକାର ଗୌଡ଼ ଙ୍କ ସମେତ ଶତାଧିକ ଗୋପାଳ ସମାଜ ର ଭାଇ ମାନେ ଉପସ୍ଥିତି ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ