ଗୋବରାରେ ଦଣ୍ଡଯାତ୍ରା ଆରମ୍ଭ; ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶାସନର ନା

ଗାଙ୍ଗପୁର, (ସନ୍ତୋଶ ବିଷୋୟୀ ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଗ୍ରାମରେ ଚଳିତ ବର୍ଷର 14 ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି I ମାଆ କାଳୀଙ୍କୁ ଲୋକେ ପ୍ରତ୍ୟେକ୍ଷ ଦେବୀ ମାନୁଥିବା ବେଳେ ପ୍ରତିବର୍ଷ ଦଣ୍ଡ ଯାତ୍ରା ସମୟରେ ଏହି ଦଣ୍ଡ ଦଳରେ ଶତାଧିକ ଦଣ୍ଡୁଆ ସାମିଲ ହେଉଥିବା ବେଳେ ସେହିପରି ମେରୁ ସମୟରେ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣା ସକାଶେ ଏହି ଯାତ୍ରାକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ କେବଳ 4୦ଜଣ ଦଣ୍ଡୁଆଙ୍କୁ ନେଇ ଗ୍ରାମରେ ହିଁ ଯାତ୍ରା କରିବାକୁ ଅନୁମତି ମିଳିଛି ଏବଂ ଗ୍ରାମବାସୀ ମାନେ ମଧ୍ୟ ପୂଜା ସମୟରେ ବନ୍ଧ ତୁଠରେ ଭିଡ଼ ନକରିବା ପାଇଁ ସଚେତନ କରାଯାଇଛି। ସେହିପରି ଚଳିତ ବର୍ଷ ସନ୍ଧ୍ୟା ସମୟର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାହାର ଭକ୍ତଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି I ପାଟ ଦଣ୍ଡୁଆଙ୍କ ସମେତ ଅନ୍ୟ ଦଣ୍ଡୁଆମାନେ ଗେରୁଆ ବସ୍ତ୍ର ପରିଧାନ କରି ଏକାଠି ହୋଇ ବୁଧବାର ସକାଳେ ସଂକଳ୍ପ ହୋଇ ଦଣ୍ଡକାଳୀ ଓ ମହାଦେବଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ସନ୍ଧ୍ୟାରେ ଗ୍ରାମ ପରିକ୍ରମା ହେବା ସହ ସମଗ୍ର ପରିବେଶ ଢୋଲ ଓ ଘଣ୍ଟ ଶବ୍ଦ ରେ ପ୍ରକମ୍ପିତ ହୋଇ ଉଠିଥିଲା।ରାତ୍ରୀ ସମୟରେ ଅଗ୍ନିପୂଜା ସମ୍ପନ୍ନ ହୋଇଥିଲା।ଏବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ କେବଳ ପାରମ୍ପରିକ ଚଢ଼େୟା ଚଢ଼େୟାଣୀ ଓ ଶବର ଶବରୁଣୀ ଲୋକନୃତ୍ୟ ପରିବେଷଣ କରାଯିବା ପାଇଁ ସ୍ଥିର ହୋଇଛି। ଏହାର ଆଖପାଖ ବିଭିନ୍ନ ଗ୍ରାମରେ ଗୁରୁବାର ଠାରୁ ଦଣ୍ଡଯାତ୍ରା ଆରମ୍ଭହେବ ବୋଲି ଜଣାପଡ଼ିଛି। କୋଭିଡ ନିଆମାନୁଯାଇ ସମସ୍ତ ଦଣ୍ଡୁଆ ମାକ୍ସ ପରିଧାନ କରିଥିବା ଦେଖିବାକୁ ମିଳିଛି । ଗତ ମଙ୍ଗଳ ବାର ଦିନ ସମସ୍ତ ଦଣ୍ଡୁଆଙ୍କୁ ନେଇ ଗ୍ରାମ କମିଟି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ପ୍ରତିବିନ ଥର୍ମାଲ ଦ୍ଵାରା ଓ ଅକ୍ସୀମିଟର ଦ୍ଵାରା ଦଣ୍ଡୁଆଙ୍କ ଯାଞ୍ଚ କରାଯିବ ବୋଲି ଦଣ୍ଡ ପରିଚାଳକ ସୁଦର୍ଶନ ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ