ଗୋବରାରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଓ ସ୍ଵଚ୍ଛତା ଏବଂ ପରିମଳ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀଙ୍କ ପୌରୋହିତ୍ୟରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଓ ସ୍ଵଚ୍ଛତା ଏବଂ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର,ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ନେଟଙ୍ଗା ସରପଞ୍ଚ ପ୍ରତିନିଧୀ ଦେବେନ୍ଦ୍ର ଗୌଡ଼, ବଡପଡା ସରପଞ୍ଚ ସୁଶାନ୍ତ କୁମାର ସାହୁ, ଜି ନୁଆଁ ଗାଆଁ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ, ସ୍ୱାସ୍ଥ୍ୟକର୍ମୀ ମମତା ଶତପଥୂ, ଅଳିମା ମଲ୍ଲିକ, ସିଏଚ୍ଓ ମନ୍ଦାକିନୀ ସମୂଦ୍ର,ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରାମହରି ପଣ୍ଡା ଉପସ୍ଥିତ ରହି ନିକ୍ଷୟ ମିତ୍ରରେ ସାମିଲ୍ ହୋଇ ଗରୀବ ଟିବି ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସହ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ବେଲଗୁଣ୍ଠା ବ୍ଳକ୍ କୁ ଟିବି ମୁକ୍ତ କରିବା ଦିଗରେ ଆଲୋଚନା କରିଥିଲେ I ଏହି ଅବସରରେ ନଅ ଜଣ ଟିବି ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ଟିବି ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ