ଵିଞ୍ଚଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପଞ୍ଚାୟତ ସମିତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ କ୍ଷେତ୍ରୟବରପୁଋ ଗ୍ରାମ ପଞ୍ଚାୟତସ୍ଥ ବିଞ୍ଚଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୨୮ ତାରିଖ ଦିନ ପ୍ରଧାନ ଶିକ୍ଷୟିତ୍ରୀ ରୀତାଞ୍ଜଳି ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରାଯାଇଥିଲା ।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବଶଙ୍କର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କମଳା କୁମାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ , ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠକ ମହନ୍ତ ରାମକୃଷ୍ଣ ଦାସ, ସି,ଆର୍,ସି,ସି ମଧୁସୂଦନ ସେଠୀ , କ୍ଷେତ୍ରୟଵଵରପୁର ସେବା ସମବାୟ ସମିତି ସଭାପତି ଲକ୍ଷ୍ମତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରି ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଉପଦେଶ ମାଧ୍ୟମରେ ବହୁ କଥା ସୂଚାଇଥିଲେ । କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଛାୟାକାନ୍ତ ମହାପାତ୍ର,ନରେଶ ଚନ୍ଦ୍ର ବ୍ରହ୍ମା ଏବଂ ଶିକ୍ଷୟିତ୍ରୀ ଲୀନା କୁମାରୀ ପ୍ରଧାନ, ସୁଜାତା ଦେବୀ । ନୂତନ ପୋଷାକ ପାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଖୁସିର ଲହର ଦେଖାଦେଇଥିଲା । ଶେଷରେ ଶିକ୍ଷକ ଛାୟାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।


