ଗୋଡ଼ ହଲାଇବା ରୋଗର ଲକ୍ଷଣ

ଗୋଡ଼ ହଲାଇବା ଏକ ରୋଗର ଲକ୍ଷଣ ବୋଲି କହିଛନ୍ତି ମିଚିଗାନ୍ ୟୁନିଭର୍ସିଟିର ଗବେଷକ । ଶରୀରରେ ଆଇରନର ମାତ୍ରା କମ୍ ହେଲେ ଏପରି ଲକ୍ଷଣ ଦେଖାଦେଇଥାଏ । ବିଶେଷ କରି ୩୫ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ପାଖରେ ଏପରି ଲକ୍ଷଣ ଦେଖାଦେଇଥାଏ । ଏହା ରେଷ୍ଟଲେସ୍ ସିଣ୍ଡ୍ରୋମର ଲକ୍ଷଣ ହୋଇଥାଇପାରେ ବୋଲି ଗବେଷକମାନେ କହିଛନ୍ତି । ଏହା ନର୍ଭସ୍ ସିଷ୍ଟମ ସହ ଯୋଡି ହୋଇଥାଏ । ଗୋଡ଼ ହଲାଇବା ଦ୍ୱାରା ଡୋପାମାଇନ୍ ହର୍ମୋନ୍ ନିର୍ଗତ ହୋଇଥାଏ । ଯାହାକି ବାରମ୍ବାର ଗୋଡ଼ ହଲାଇବାକୁ ଇଚ୍ଛା ପ୍ରକାଶ କରାଏ । ସ୍ଲିପ ଡିସଅର୍ଡର ହେଲେ ଜଣେ ବ୍ୟକ୍ତି ଗୋଡ଼ ହଲାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ଠିକ୍ ଭାବେ ନିଦ ନ ହେଲେ ଜଣେ ବ୍ୟକ୍ତି ବାରମ୍ବାର ଗୋଡ଼ ହଲାଇବାକୁ ଭଲପାଆନ୍ତି । ତେବେ ଏହା ଜାଣିବା ପାଇଁ ବ୍ଲଡ ଟେଷ୍ଟ କରାଯାଇଥାଏ । ଶରୀରରେ ଆଇରନର ମାତ୍ରା କମ୍ ହେଲେ, କିଡନୀ ସମସ୍ୟା ଦେଖାଦେଲେ ପାର୍କିନସନ୍ ରୋଗୀ, ଗର୍ଭବତୀ ମହିଳାଙ୍କ ହରମୋନ୍ରେ ପରିବର୍ତ୍ତନ ହେଲେ, ହୃଦରୋଗୀ, ମଧୁମେହ, ବ୍ଲଡ ପ୍ରେସର ଥିଲେ ଗୋଡ଼ ହଲାଇବା ଭଳି ଲକ୍ଷଣ ଦେଖାଦେଇଥାଏ । ଏଥିପାଇଁ ଆଇରନ୍ ଯୁକ୍ତ ଖାଦ୍ୟ ସହ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇବା ଭଲ । ଏହାସହ ନିୟମିତ ବ୍ୟାୟମ କରିବା, ଭାଇବ୍ରେଟ୍ ପ୍ୟାଡ ଉପରେ ଗୋଡ଼ ରଖିବା, କଦଳୀ, ସୋରିଷ ଶାଗ, ପାଳଙ୍ଗ ଆଦି ଖାଦ୍ୟରେ ସାମିଲ କଲେ ନିଦ ଭଲ ହେବା ସହ ଏହି ରୋଗରୁ ଉପଶମ ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ