ଗ୍ରାଜୁଏଟ୍ ହେବା ଖୁସିରେ ୪୦୦ ଭୋକିଲା ପିଲାଙ୍କୁ ଖାଇବାକୁ ଦେଲେ ଯୁବତୀ
ଆଜିକାଲିର ଯୁବଗୋଷ୍ଠୀ ପାର୍ଟି ନାମରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଟେକ୍ସାସର ଜଣେ ଯୁବତୀ ସ୍ନାତକ ହେବା ଖୁସିରେ ନିଜ ପକେଟ ଖର୍ଚ୍ଚରେ ୪୦୦ ଭୋକିଲା ପିଲାଙ୍କୁ ଖାଇବାକୁ ଦେଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଲିନ୍ କାର୍ସକା ନାମକ ଏହି ଯୁବତୀ ସ୍ନାତକ ହେବା ପରେ ତାଙ୍କୁ ପରିବାର ଲୋକେ ତାଙ୍କୁ ସାଙ୍ଗମାନଙ୍କୁ ପାର୍ଟି ଦେବା ପାଇଁ ଟଙ୍କା ଦେଇଥିଲେ । କିନ୍ତୁ ସେ ଅଯଥା ଖର୍ଚ୍ଚ ନ କରି ହ୍ୟୁଟନରେ ଥିବା “ଷ୍ଟାର୍ ଅଫ୍ ହୋପ୍ ସେଣ୍ଟର’ରେ ଏକ ଇଭେଣ୍ଟ ଆୟୋଜନ କରି ଭୋକିଲା ପିଲାଙ୍କୁ ଖାଇବାକୁ ଦେଇଥିଲେ । ଲିନ୍ଙ୍କ ଏଭଳି ଚିନ୍ତାଧାରାକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସିତ ହୋଇଛନ୍ତି ।


