ଗ୍ରୀନ୍ ଜୋନ ଜିଲ୍ଲା ଜଗତସିଂହପୁର କୁ କରୋନା ଛୁଇଁଲା
ଜଗତସିଂହପୁର (ପିତବାସ ପ୍ରଧାନ):ବିଶ୍ବ ମହାମାରୀ କରୋନା ବିଶ୍ବରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଓଡିଶା ମଧ୍ଯ ସେଥିରୁ ବାଦ ପଡିନି। ଓଡିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ଯା ବୁଦ୍ଧି ପାଉଥିବା ବେଳେ ଏହା ଆମପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଭଳି ସଙ୍ଗିନୀ ପରିସ୍ଥିତି କୁ ସାମ୍ନା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନକୁ ୩ କୁ କିପରି କଡାକଡି ପାଳନ କରା ଯାଇ ପାରିବ ସେ ଦିଗରେ ଉଦ୍ଯମ ଜାରି ରଖିଛନ୍ତି। ଜଗତସିଂହପୁର ଜିଲ୍ଲାରେ ଜଣେ ହେଲେ କରୋନା ଆକ୍ରାନ୍ତ ବାହାରି ନ ଥିବା ବେଳେ ଜିଲ୍ଲା ଗ୍ରିନ ଜୋନରେ ରହି ଜିଲ୍ଲା ବାସୀଙ୍କୁ ଆଶ୍ବସ୍ତ ଦେଇଥିଲା।ହେଲେ ଆଜି ଜଗତସିଂହପୁର ଜିଲ୍ଲାରେ କରୋନା ତାର ଚଉକା ମାଧ୍ଯମରେ ଖାତା ଖୋଲିଛି। ଯାହା ଜିଲ୍ଲା ପ୍ରସାଶନ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ପଡିଛି।ସମସ୍ତ ୪ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ଘର ନାଉଗାଁ ବ୍ଲକ। ସେଥିରୁ ୩ ଜଣଙ୍କ ଘର ଜାମୁଡଣ୍ଡା ପଞ୍ଚାୟତ ଛତିଆନା ଗ୍ରାମର ଓ ସେମାେନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ଘର ତିରୁଣା ପଞ୍ଚାୟତର ତିରୁଣା ଗ୍ରାମର ବୋଲି ଜଣା ପଡିଛି। ୪ ଜଣ ଆକ୍ରାନ୍ତ ସୁରଟ ଫେରନ୍ତା। ସେ ମାନଙ୍କ ବୟସ ୨୬,୩୨,୩୦ ଏବଂ ୪୭ ଅଟେ। ତିନିଦିନ ତଳେ ସେମାେନ ସୁରଟରୁ ଫେରି ଆସି ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟ ରେ କ୍ବରାଣ୍ଟାଇନରେ ଥିଲେ। ସେମାନଙ୍କର ସାମ୍ପଲ୍ ଟେଷ୍ଟ ପାଇଁ ରଖାଯିବା ପରେ ସେମାନଙ୍କୁ ନିଜ ଏରିଆ କ୍ବରାଣ୍ଟାଇନରେ ରଖାଯାଇ ଥିଲା। ସାମ୍ପଲ୍ ପଜେଟିଭ ଜଣା ପଡିବା ପରେ ପ୍ରସାଶନ ତରଫରୁ ରାଜ୍ୟସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଇଛି।ଏହି ଘଟଣା ଜଣାପଡିବା ପରେ ଘଟଣା ସ୍ଥଳରେ ନାଉଗାଁ ବ୍ଲକର ବିଡିଓ, ତହସିଲଦାର ଥାନା ଅଧିକାରୀ କ୍ବରାଣ୍ଟାଇନ ସେଣ୍ଟର ରେ ପହଞ୍ଚିଛନ୍ତି। ଆଗରୁ ସେହି କ୍ବରାଣ୍ଟାଇନ ସେଣ୍ଟରରେ ୧୦ ଜଣ ପ୍ରବାସୀ ଓଡିଆ ଥିବା ବେଳେ ଏହି ୪ ଜଣ ଆକ୍ରାନ୍ତ ରହିଛନ୍ତି।ଅନ୍ୟ ୧୦ ଜଣଙ୍କ ସାମ୍ପଲ୍ ଟେଷ୍ଟ କରାଯିବା ସହିତ ଏହି ୪ ଜଣ କାହା କାହା ସହିତ ମିଶଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ କ୍ବରାଣ୍ଟାଇନ ସେଣ୍ଟରରେ ରଖାଯାଇ ସେ ମାନଙ୍କ ସାମ୍ପଲ୍ ଟେଷ୍ଟ କରାଯିବା ର ଆବଶ୍ଯକତା ରହିଛ। ଏହି ଘଟଣା ପରେ ଜଗତସିଂହପୁର ଜିଲ୍ଲା ବାସୀଙ୍କ ମନରେ କୋକୁଆ ଭୟ ଦେଖା ଦେଇଛି।ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାର ସମ୍ଭାବନା ଥିବା ବେଳେ କେତକ ଗାଁକୁ ସଟ୍ ଡାଉନ କରିବାର ଆବଶ୍ଯକ ପଡିପାରେ।ଜଗତସିଂହପୁର ଜିଲ୍ଲାରେ ସାମାଜିକ ଦୂରତାକୁ ଗୁରୁତ୍ବ ନଦେବା ଓ ଲକ ଡାଉନ ନିୟମକୁ ଖୋଲାେଖାଲି ଉଲ୍ଲଘନ କରିବାର ନଜିର ରହିଛି। ଆଗାମୀ ଦିନରେ ଏହି ଘଟଣା ସମଗ୍ର ଜିଲ୍ଲା ଓ ପ୍ରସାଶନ ପାଇଁ ସର୍ତକର ଘଣ୍ଟି ଭାବେର ଦେଖା ଦେଇଛି।


