ଗ୍ଲୋବାଲ ଓ୍ବେଷ୍ଟର୍ଣ (ଗ୍ଲୋଅ) ଓଡ଼ିଶା ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥିରୀକୃତ
ନୂଆଦିଲ୍ଲୀ,(ୱାଇଏନ୍ଏସ୍): ଆନ୍ତର୍ଜାତୀୟ ସ୍ତରର ଅଗ୍ରଣୀ ସଂଗଠନ ଗ୍ଲୋବାଲ ଓ୍ବେଷ୍ଟର୍ଣ (ଗ୍ଲୋଅ) ଓଡ଼ିଶା ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ସେପ୍ଟେମ୍ବର ମାସ ୨୦ ତାରିଖରେ ଦିପହର ୪ ଟାରୁ ରାତି ୮ ଟା ଯାଏଁ ଏହି ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ସ୍ତରର ଅର୍ଥନୀତିଜ୍ଞ,ରାଷ୍ଟ୍ରଦୂତ,ଜାତୀୟ ସ୍ତରର ପ୍ରଶାସନିକ ଅଧିକାରୀ,ରାଜନେତା ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଯୁବ ପ୍ରତିଭା ମାନଙ୍କୁ ସମ୍ମାନୀତ ତଥା ଉତ୍ସାହିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହି ସଂସ୍ଥା ଦ୍ୱାରା ବିଭିନ୍ନ କ୍ଷେତ୍ର ଯଥା ପଶ୍ଚିମ ଓଡ଼ିଶାର କଳା,ସାହିତ୍ୟ,ସଂସ୍କୃତି,ଲୋକାଚାର,ହସ୍ତତନ୍ତ, ପରମ୍ପରା, ସିନେମା, ଇତିହାସ,ଖେଳ ବ୍ୟଞ୍ଜନ ଓ ଜୀବନ ଧାରଣ ପ୍ରଣାଳୀ ତଥା ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ସମୟରେ ଓ୍ବେବ ନେୟାର୍ ମାନ ଆୟୋଜନ କରାଯାଇଛି ।ପ୍ରକାଶଯୋଗ୍ୟ ବିଶ୍ୱର ୧୭ ଗୋଟି ଦେଶ ତଥା ଭାରତର ୧୬ ଗୋଟି ସହରରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ବ୍ୟକ୍ତି ତଥା ସଂସ୍ଥାକୁ ନେଇ ଏହି ଅନୁଷ୍ଠାନ ଗଠିତ । ଏହି ସଂସ୍ଥା ଦ୍ୱାରା ଦେଶରେ ତାଲା ବନ୍ଦ ସମୟରେ ଅନେକ ଲୋକଙ୍କୁ ନିଜ ନିଜ ଘରେ ସୁରକ୍ଷିତ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା । ଏହି ନୂଆଁଖାଇ କାର୍ଯ୍ୟକ୍ରମ ଟି ଗ୍ଲୋବାଲ ଓ୍ବେଷ୍ଟର୍ଣ ଓଡ଼ିଶା (ଗ୍ଲୋଅ) ର ଫେସବୁକ ପେଜ ତଥା ୟୁଟ୍ୟୁବ ଚ୍ୟାନେଲରେ ଦେଖାଯାଇ ପାରିବ ବୋଲି ଗ୍ଳୋଅର ସଭାପତି ଆଶୁତୋଷ ଦାସ,ଉପସଭାପତି ମୋହିତ ମିଶ୍ର ଓ ସଂଜୀବ ନନ୍ଦ,ସାଧାରଣ ସମ୍ପାଦକ ସତୟେନ୍ଦ୍ରନାଥ ପଣ୍ଡା,ଯୁଗ୍ମ ସାଧାରଣ ସମ୍ପାଦକ ଅଜିତ ପତି ଓ ସୀମିତା ଷଡ଼ଙ୍ଗୀ,କୋଷାଧ୍ୟକ୍ଷ ରମାକାନ୍ତ ସାହୁ,ଆନ୍ତର୍ଜାତିକ ଉପଦେଷ୍ଟା ମୋସ୍କୋରୁ ସନ୍ତୋଷ ମିଶ୍ର, ୟୁକେରୁ ମମତା ପ୍ରଧାନ,ଦୁବାଇ ରୁ ପ୍ରିତିଶ ଦାଶ ଓ ଆବାହକ ଗଜେନ୍ଦ୍ର ସାହୁ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି | ପ୍ରଥମ ଥର ପାଇଁ ଅନଲାଇନ ଦ୍ୱାରା ଆୟୋଜନ କରାଯାଉଥିବା ଏହି ନୂଆଖାଇ ଆନ୍ତର୍ଜାତୀୟ ମହୋତ୍ସବ କୁ ସଫଳ କରାଇବା ପାଇଁ ଗ୍ଲୋଅ ର ବରିଷ୍ଠ ସଦସ୍ୟ ଚେନ୍ନାଇରୁ ସିଦ୍ଧାର୍ଥ ବାବୁ ଓ ଲକ୍ଷନୌ ରୁ ରଜନୀ ଭରଦ୍ୱାଜ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି |


