ଗ୍ଲୋବାଲ ତରଫରୁ ଗରିବଙ୍କୁ କମ୍ବଳ ଓ ସ୍ୱେଚ୍ଛାସେବୀଙ୍କୁ ବ୍ୟାଗ ବଣ୍ଟନ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଗରୀବ ଲୋକଙ୍କୁ ଶୀତରୁ ରକ୍ଷା ପାଇଁ କମ୍ବଳ ଓ ସ୍ୱେଛାସେବୀ ମାନଙ୍କୁ ଲ୍ୟାପଟେପ ବ୍ୟାଗ ବଣ୍ଟନ କରାଯାଇଛି । “ଗ୍ଲୋବାଲ ଇଣ୍ଡିଆନ୍ ଫେଇଥ ଟାବରନାକଲ ମିଶନ” ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ରେଭ୍ ଆମୋଦ କୁମାର ବର୍ଦ୍ଧନ ଯୋଗଦେଇ ମୋହନା, ଆର୍‌.ଉଦୟଗିରି, ରାୟଗଡ ବ୍ଲକର ୧୦୦ଜଣ ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିବା ବେଳେ ୭୦ ସ୍ୱେଚ୍ଛାସେବୀ ମାନଙ୍କୁ ଲ୍ୟାପଟେପ ବ୍ୟାଗ ବଣ୍ଟନ କରିଥିଲେ । ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ସମୟରେ ଆର୍ଥିକ ଦୁର୍ଦ୍ଦଶାଦେଇ ଗରିବମାନେ ଗତି କରୁଥିବା ବେଳେ ବର୍ତ୍ତମାନ ଶୀତ ଋତୁରେ ଘୋଡାଇବା ପାଇଁ କମ୍ବଳ ଅତ୍ୟାବଶକୀୟ ହୋଇ ପଡିଛି । ଏହାକୁ ଦୃଷ୍ଟିରେ ରଖି କମ୍ବଳ ବଣ୍ଟା ଯାଇଛି । ସେହିପରି ସ୍ୱେଚ୍ଛାସେବୀ ମାନଙ୍କୁ ବିଭିନ୍ନ ସୟରେ ଲ୍ୟାପଟେପର ବ୍ୟାଗ ଆବଶ୍ୟକତା ରହୁଥିବାରୁ ସେମାନଙ୍କୁ ମଧ୍ୟ ଲ୍ୟାପଟେପ ବ୍ୟାଗ ବଣ୍ଟନ କରାଯାଇଛି । ଲୋକେ କମ୍ବଳ ଓ ବ୍ୟାଗ ପାଇବାପରେ ରେଭ୍ ଆମୋଦ କୁମାର ବର୍ଦ୍ଧନଙ୍କୁ ସାଧୁବାଦ ଜଣାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ