ଘଟଗାଁ ଅଂଚଳରେ ଏକ ନୂଆ ରୋଗରେ ଆକ୍ରାନ୍ତ ଗୋରୁଗାଈ

ଘଟଗାଁ(ଯୁଗାବ୍ଦ ନ୍ୟୁଜ)ନୂଆ ରୋଗ ଗୋବସନ୍ତିଆ ରୋଗରେ ଆକ୍ରାନ୍ତ ଗୋରୁଗାଈ । ଆଜକୁ ଦୁଇମାସରୁ ଉଦ୍ଧ୍ୱର୍ ହେବ ଘଟଗାଁ ଅଂଚଳକୁ ମାଡିଆସିଛି ଏହି ମରାତ୍ମକ ରୋଗ । ପ୍ରଥମେ ଦେହରେ ଛୋଟ ଛୋଟ ଆବୁ ହୋଇଥାଏ ଏବଂ ପରେ ପରେ ଗୋଡହାତ ଫୁଲିବାକୁ ଲାଗୁଛି । ପରେ ପରେ ଗୋରୁଗାଈ ମାନେ ଠିକ୍ସେ ଖାଇବା, ପିଇବାର ମଧ୍ୟ କରିପାରୁନାହାନ୍ତି । ଫଳରେ ଅଚାନକ ମୃତ୍ୟୁ ବରଣ କରୁଛନ୍ତି ଅନେକ ଗୋରୁଗାଈ । ତେବେ ଏନେଇ ଆମେ ଘଟଗାଁ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅବଗତ କରାଇବାରୁ ଏହା ଏକ ଅଜଣା ରୋଗ ଏବଂ ପ୍ରାୟ ଦୁଇମାସ ହେବ ଆମ ଅଂଚଳକୁ ଆସିଛି । କିନ୍ତୁ ଆମ ପାଖରେ ଏହି ନୂାଆ ରୋଗର ନିରାକରଣ ପାଇଁ କୌଣସି ଔଷଧ ନାହିଁ । ଫଳରେ ଆମେ ଉଭୟ ଏଲୋପାଥି ଏବଂ ହୋମିଓପାଥି ଚିକିତ୍ସା କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଟାଙ୍ଗରତଳୀ, ଛୋଟରାୟପୁର, ମୁକୁନ୍ଦପୁର ପାଟଣା ଇତ୍ୟାତି ଅନେକ ଗାଁରେ ଏକ ନୂଆ ରୋଗରେ ଆକ୍ରାନ୍ତ ଗୋରୁଗାଈ ଯାହାର ନା ଗୋବସନ୍ତିଆ । ଏହି ରୋଗ ଆଜକୁ ଦୁଇମାସ ହେବ ଆସିଥିବା ବେଳେ ବିଗତ ୫-୬ ହେବ ଘଟଗାଁ ଅଂଚଳର ଅଧାରୁ ଅଧିକ ଗୋରୁ ମାନଙ୍କୁ ଆକ୍ରାନ୍ତ କରିସାରିଲାଣି । ଏହି ରୋଗରେ ଆକ୍ରାନ୍ତ ହୋଇ ଅକେକ ଗୋରୁ ଚଲାବୁଲା କରିପାରୁନାହାନ୍ତି । ଅନ୍ୟପକ୍ଷରେ ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାରି ନଥିବା ବେଳେ ଯଦି କୌଣସି ଭ୍ୟାକ୍ସିନ ଦିଆଗଲେ ରୋଗଟି ଅଧିକରୁ ଅଧିକ ବଢିବାରେ ଲାଗୁଛି ପଛେ କମିବାର ନାଁ ଧରୁନଥିବା ଲୋକେ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ଏନେଇ ଆମେ ଘଟଗାଁ ପଶୁ ଚିକିତ୍ସାଧିକାରୀଙ୍କ ଅବଗତ କରାଇବାରୁ ଏହା ଏକ ଅଜଣା ରୋଗ ଏବଂ ପ୍ରାୟ ଦୁଇମାସ ହେବ ଆମ ଅଂଚଳକୁ ଆସିଛି । କିନ୍ତୁ ଆମ ପାଖରେ ଏହି ନୂାଆ ରୋଗର ନିରାକରଣ ପାଇଁ କୌଣସି ଔଷଧ ନାହିଁ । ଫଳରେ ଆମେ ଉଭୟ ଏଲୋପାଥି ଏବଂ ହୋମିଓପାଥି ଚିକିତ୍ସା କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ତେବେ ଯଥାଶିଘ୍ର ଏହି ରୋଗର ନିରାକରଣ କରାଇବା ପାଇଁ ଘଟଗାଁ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ