ଘରକୁ ଘର ବୁଲି ପରିମଳ ଓ ପରିବେଶ ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ସହରର ପରିମଳ ଓ ପରିବେଶ ପ୍ରତି ପ୍ରଶାସନ ଗୁରତ୍ୱ ଦେଉଥିବା ଦେଖାଦେଇଛି। ବୁଗୁଡା ସହରକୁ ସୁନ୍ଦର ଓ ନିର୍ମଳ ସହରରେ ପରିଣତ କରିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି।ପ୍ରତି ୱାର୍ଡରେ କମିଟି ଗଠନ, କର୍ମଚାରୀଙ୍କୁ ତାଲିମ, ପ୍ରତ୍ୟେକ ସାହିରେ ବୈଠକ ଓ ଆଲୋଚନା ହୋଇଥିବା ବେଳେ ଅଧିକାଂଶ ବୈଠକରେ ଉପଜିଲ୍ଲାପାଳ ଯୋଗଦେବା କୁ ଅନୁମାନ କଲେ ଏହା ଜଣାପଡୁଛି ଯେ ବୁଗୁଡା ସହର ପାଇଁ ପ୍ରଶାସନ ଅଣ୍ଟା ଭିଡିଛନ୍ତି। ଆଜି ନଭେମ୍ବର ୨୮ ତାରିଖ ଦିନ ବୁଗୁଡା ଏନଏସିର ପ୍ରଶାସନିକ ଅଧିକାରୀ ତଥା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଘରକୁ ଘର ଯାଇ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଜନସାଧାରଣଙ୍କୁ ନିଜ ସହରକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅପିଲ କରିଥିଲେ। ଆବର୍ଜନା ରାସ୍ତା ଓ ନର୍ଦ୍ଦମାରେ ନପକାଇ ନିଜ ଘର ଆଗରେ ଏକ ପାତ୍ରରେ ରଖିଲେ ସଫେଇ କର୍ମଚାରୀ ବୃନ୍ଦ ତାହା ଉଠାଇ ଗାଡ଼ିରେ ନବିଯିବେ ବୋଲି ବୁଝାଉ ଥିବା ଜଣାପଡିଛି। ପ୍ରଶାସନିକ ତପ୍ତରତା ଯୋଗୁଁ ବୁଗୁଡା ଏକ ସିନ୍ଦର ସହରରେ ପରିଣତ ହେବବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ