ଘରୋଇ ବିଦ୍ୟୁତ ବିତରଣ ସଂସ୍ଥା ଟାଟା ର ଗୁଣ୍ଡାରାଜ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷାଲଣ୍ଡା ଏକ ଆଦିବାସୀ ବହୁଳ ଗ୍ରାମ ଏହି ଗ୍ରାମର ସମସ୍ତ ବିଦ୍ୟୁତ ଉପଭୋକ୍ତା ଙ୍କ କିଛି ବକେୟା ପ୍ରାପ୍ୟ ଦେବାକୁ ଘରୋଇ କମ୍ପାନୀ ଟାଟା ପକ୍ଷରୁ ଗ୍ରାମବାସୀ ମାନଙ୍କ ଉପରେ ଜୋର ଜବରଦସ୍ତି କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମହାମାରୀ କରୋନା ପାଇଁ ପ୍ରାୟତଃ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ସମୟରେ କମ୍ପାନୀର ଏଭଳି ବକେୟା ପ୍ରାପ୍ୟ ଆଦାୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି । ଯ୍ୟାଦୀ କମ୍ପାନୀ ଏହିପରି ଜୋର କରିବ ତେବେ ଗ୍ରାମବାସୀ ରାଜରାସ୍ତା ଅବରୋଧ କିମ୍ବା ଆତ୍ମହତ୍ୟା କରିବେ ବୋଲି ସୂଚନା ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି । ସେମାନେ ବକେୟା ପ୍ରାପ୍ୟ ଅଳ୍ପ ଅଳ୍ପ କରି ଦେବାକୁ ରାଜି ଥିଲେ ମଧ୍ୟ କମ୍ପାନୀ ଏକକାଳୀନ ଦେବାକୁ ବାଧ୍ୟ କରୁଛି ଏବଂ ବକେୟା ପ୍ରାପ୍ୟ ନଦେଲେ ସମ୍ପୂର୍ଣ ଗ୍ରାମର ବିଦ୍ୟୁତ ସଂଯୋଗ ବନ୍ଦ କରିବାକୁ ଧମକ ଦେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି ।


