ସୁରଳ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ

ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ ସୁରଳ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ନିଗମାନନ୍ଦ ପଣ୍ଡା ଙ୍କ ଆହ୍ୱାନ କ୍ରମେ ପୁରାତନ ଛାତ୍ର, ସରପଞ୍ଚ ଡି.ଦାମୋଦର ରେଡି, ସମିତି ସଭ୍ୟ ଗିରିଧର ବେହେରା, ସମାଜ ସେବୀ ଦୀନବନ୍ଧୁ ଓଡ଼ିଆ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ନବୀନ ବେହେରା ପ୍ରମୂଖ ଯୋଗ ଦେଇ ମୋ ସ୍କୁଲ କାର୍ଯ୍ୟକ୍ରମ କୁ ଆର୍ଥିକ ସହାୟତା ପ୍ରଦନ କରି ଯୋଜନା କିପରି ଆଗକୁ ବଢିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।ସ୍କୁଲ ର ଶିକ୍ଷକ ,ଅଭିଭାବକ,ପୁରାତନ ଛାତ୍ର ଓ ଛାତ୍ରୀଙ୍କ ମିଳିତ ଉଦ୍ୟମରେ କିପରି ଗୁଣାତ୍ମକ ଶିକ୍ଷା ର ବିକାଶ ହୋଇପାରିବ ସରକାର ଙ୍କ ମୋ ସ୍କୁଲ ଜରିଆରେ ସେ ସମ୍ପର୍କିତ ଆଲୋଚନା ମଧ୍ୟ ହୋଇଥିଲା।ଗତ ବର୍ଷ ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ 60 ଟଙ୍କା ବିନିମୟରେ କଂପ୍ୟୁଟର, ପ୍ରିଣ୍ଟର, ଜେରୋକ୍ସ ଓ ଲାଇବ୍ରେରୀ ବ୍ୟବସ୍ଥା କରାଯାଇଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି।ଶିକ୍ଷକ ଓ ଅନ୍ୟାନ୍ୟ ସହାୟତା ମିଶି ମୋଟ 32 ହଜାର ଟଙ୍କା ସଂଗ୍ରହ ମୋ ସ୍କୁଲ ଜରିଆରେ ହୋଇଥିବା ବେଳେ ସରକାର ଙ୍କ ସମପରିମାଣ ର ଟଙ୍କା ସହଯୋଗ ରେ ବିଦ୍ୟାଳୟ ର ସାମୂହିକ ଉନ୍ନତି କିପରି ହୋଇପାରିବ ସେ ସମ୍ପର୍କରେ ଖସଡ଼ା ପ୍ରସ୍ତୁତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ