ଘର ପଟ୍ଟା ପାଇଁ ଲାଞ୍ଚ ଭିଡିଓ ଭାଇରାଲ

ହିଞ୍ଜିଳିକାଟୁ, (ଓ୍ଵାଇ ଏନ୍ ଏସ): ଘର ପଟ୍ଟା ପ୍ରଦାନ ନେଇ ରାଜସ୍ବ କର୍ମଚାରୀ ୪ ଜଣ ହିତାଧିକାରୀଙ୍କ ଠାରୁ ୧ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ତହସିଲ ବେଲଗାଁ ରାଜସ୍ବ ଗ୍ରାମ ପଞ୍ଚାୟତର ୪ ଜଣ ହିତାଧିକାରୀ ଘର ପଟ୍ଟା ପାଇଁ ଆବେଦନ କରିଥିଲେ । ଦୀର୍ଘ ଦିନ ଧରି ପଟ୍ଟା ନହୋଇପାରିଵା ଯୋଗୁଁ ଘଟଣା ନେଇ ବେଲଗାଁ ଅମିନଙ୍କ ସହିତ ଯୋଗାଯୋଗ କରିଥିଲେ । ପଟ୍ଟା ପ୍ରଦାନ ପାଇଁ କିଛି ଖର୍ଚ୍ଚ ହେବ ବୋଲି ସଂପୃକ୍ତ ଅମିନ ପ୍ରମୋଦ କୁମାର ପାଢ଼ୀ କହିଥିଲେ ବୋଲି ସଂପୃକ୍ତ ଗ୍ରାମର ୪ ଜଣ ହିତାଧିକାରୀ କହିଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୧ ହଜାର ଟଙ୍କା ଲେଖାଏଁ ନେବା ପରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଶହେ ଟଙ୍କାର ରସିଦ ଦିଆଯାଇଛି । ପରବର୍ତ୍ତୀ ସମୟରେ ହିତାଧିକାରୀଙ୍କୁ, ଅମିନ ମହୋଦୟ ଲାଞ୍ଚ ଟଙ୍କା ମାଗୁଥିଵାର ଭିଡିଓକୁ ସଂପୃକ୍ତ ଗ୍ରାମର ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେଵା ସ‌ହ ମୋବାଇଲ୍ ରୁ ମୋବାଇଲକୁ ଘୁରି ଵୁଲୁଛି । ଏ ନେଇ ସଂପୃକ୍ତ ଅମିନ ପାଢିଙ୍କୁ ପଚାରିବାରୁ ସେ କହିଲେ ବେଲଗାଁ ସରପଞ୍ଚଙ୍କ ପୁଅ ପ୍ରଦୀପ ପାଣିଗ୍ରାହୀ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ମୋରମ ଚୋରା ଚାଲାଣ କରୁଥିବାବେଳେ ରାଜସ୍ବ କର୍ମଚାରୀ ମାନେ ଟ୍ରାକ୍ଟର ଜଵତ କରିଥିବା ଯୋଗୁଁ ଯୁଵକ ଜଣକ ଉତ୍ୟକ୍ତ ହୋଇ ସମ୍ପର୍କୀୟ ମାନଙ୍କୁ କହି ଏଭଳି ଲାଞ୍ଚ ନେବାର ମିଛ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି । ଘଟଣା ନେଇ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ