ଘାଇଲା ହରିଣ ଛୁଆକୁ ଉଦ୍ଧାର କଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କତଲକଇଠା ଗ୍ରାମର ହନୁମାନ ମନ୍ଦିର ନିକଟରେ ଥିବା ଏକ କୂପ ଠାରେ ହରିଣ ଛୁଆକୁ ଶୁକ୍ରବାର ଦିନ ଗ୍ରାମବାସୀ ଉଦ୍ଧାର କରିଥିବାର ଜଣାପଡିଛି | ଏହି ହରିଣ କ୍ଷତ ବିକ୍ଷତ ହୋଇ ଆସି ପହଞ୍ଚି ଥିଲା କୂପ ନିକଟକୁ | କିଛି ଗ୍ରାମ ବାସିନ୍ଦା ହରିଣ ଛୁଆଟିକୁ ଦେଖି ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ବନ ଅଧିକାରୀଙ୍କୁ ଖବର ଦେଇଥିଲଲେ | ଖବର ପାଇ ବନ ଅଧିକାରୀ ପହଞ୍ଚି ହରିଣ ଛୁଆଟି କୁ ନେଇ ପ୍ରାଥମିକ ଚିକିତ୍ସା ପରେ ହରିଣ ଛୁଆଟି ସୁସ୍ଥ ହେବା ପରେ ପୁଣି ସେହି ବନରେ ଛାଡି ଦେଇଥିବାର ବନବିଭାଗ ସୂତ୍ରରୁ ପ୍ରକାଶ |


