ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ପାରଳାଖେମୁଣ୍ଡି ସହରର ହାଇସ୍କୁଲ ଛକ ଠାରେଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାସ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ବିରଷ୍ଠ ବିଜେଡି ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ବିଜୁବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା । ବିଜୁବାବୁଙ୍କ ଆଦର୍ଶରେ ସମସ୍ତକର୍ମୀ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବା ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ପରିଚ୍ଛା, ସଂଜୁକ୍ତା ବେହେରା, ବିଜେଡି ନେତା ଜମିଦାର ପଟ୍ଟନାୟକ, ସଂଯୁକ୍ତା ବେହେରା, ଜମିଦାର ପଟ୍ଟନାୟକ, ନେତ୍ରା ପଟ୍ଟନାୟକ, ପ୍ରନୋଜ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟ ଅଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ମହେନ୍ଦ୍ରତନୟା ନଦୀ ଠାରେ ତିଳ ତର୍ପଣ, ମୁଖ୍ୟବଜାରରେ ସଫେଇ, ସନ୍ଧ୍ୟା ସମୟରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ସ୍ମୃତି ସଭା, ହାଇସ୍କୁଲ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ସମୂହ ଦୀପଦାନ, ସଙ୍କଳ୍ପ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି କାଶୀନଗର ଠାରେ ଏହି ଅବସରରେ ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ବିଜୁ ସ୍ୱେଚ୍ଛାସେବୀମାନେ ଯୋଗଦେଇ ରକ୍ତଦାନ କରିଥିଲେ । ମୋଟ ୫୫ୟୁନିଟ ରକ୍ତ ଦାନ କରାଯାଇଥିବାର ଜଣାପଡିଛି ।


