ଘିକୁଆଁରୀ ସବୁ ଲୋକଙ୍କ ପାଇଁ ଲାଭଦାୟକ ନୁହେଁ
ଘିକୁଆଁରୀ ଖାଇବା ଲାଭଦାୟକ ହୋଇଥାଏ ବୋଲି ଶୁଣିଥିବେ । ଏଥିରେ ଥିବା ଆଣ୍ଟି ଇନ୍ଫ୍ଲାମୋଟୋରି ଗୁଣ, ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏହାସହିତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ । ତେବେ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ଏହାର ଜୁସ୍ ପିଇବାରେ ଅନେକ ଫାଇଦା ହେଉଥିଲେ କେତେକ ରୋଗୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ? ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁ ଘିକୁଆଁରୀକୁ ଆପଣ କେତେକ ସମସ୍ୟାର ରାମବାଣ ବୋଲି ଭାବୁଛନ୍ତି ତାହାର କେତେକ ନକାରାତ୍ମକ ପ୍ରଭାବ ରହିଛି । ଜାଣନ୍ତୁ ସେ ସମ୍ପର୍କରେ
– ଯେଉଁ ଲୋକଙ୍କ ହୃଦ୍ଘାତ ସମ୍ବନ୍ଧିତ କୌଣସି ସମସ୍ୟା ଥାଏ, ସେମାନଙ୍କୁ ଘିକୁଆଁରୀ ଜୁସ୍ ପିଆଇବା ଉଚିତ ନୁହେଁ ।
– ଏହା ତ୍ୱଚା ପାଇଁ ବରଦାନ ହୋଇଥିଲେ ମଧ୍ୟ ଏହାର ବହୁଳ ବ୍ୟବହାର ଚର୍ମ କୁଣ୍ଡେଇହେବା, ନାଲି ପଡିବା ଆଦି ସମସ୍ୟା ସୃଷ୍ଟି କରିଥାଏ?
– ରକ୍ତଚାପ ରୋଗୀଙ୍କ ପାଇଁ ଏହାର ଜୁସ୍ ଲାଭଜନକ ହୋଇଥିଲେ ହେଁ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।
– ଏହା ମାଂସପେଶୀକୁ କରିଥାଏ ମଧ୍ୟ ଦୁର୍ବଳ ।
– ଗର୍ଭବତୀ ଲାଗି ଏହାର ଜୁସ୍ ଆଦୌ ପିଇବା ଉପଯୋଗୀ ନୁହେଁ ।


