ଆଉ ଜଣେ ନରସିଂହ

ପୌରାଣିକ କଥା ପରି ଲାଗୁଥିଲେ ମଧ୍ୟ ବାସ୍ତବ ଜୀବନରେ ଏମିତି ଜଣେ ମଣିଷ ହେଉଛନ୍ତି ଷ୍ଟିଫାନ୍ ବିବ୍ରାସ୍କି, ଯାହାଙ୍କ ମୁହଁ ଦେଖିବାକୁ ଠିକ୍ ସିଂହ ଭଳି ଥିଲା । ସେ ଥିଲେ ଜଣେ ବିଖ୍ୟାତ ସାଇଡ୍ସା ପରଫର୍ମର । ତାଙ୍କର ସମଗ୍ର ଶରୀର ଲମ୍ବାଲମ୍ବା କେଶରେ ପୂର୍ଣ୍ଣ ହୋଇଥିବା ହେତୁ ତାଙ୍କୁ ଲାୟନ୍ଫେ ସ୍ଡ ମ୍ୟାନ୍ ବାଲି ମଧ୍ୟ କୁହାଯାଉଥିଲା । ୧୮୯୦ରେ ପୋଲାଣ୍ଡରେ ଜନ୍ମ ହୋଇଥିବା ବିବ୍ରାସ୍କିଙ୍କ ବାପାଙ୍କ ନାମ ମାଇକେଲ୍ ଥିବା ବେଳେ ମା’ଙ୍କ ନାମ ଥିଲା ବେନେଡିକ୍ଟ । ସେ ହାଇପରଟ୍ରିକାସିସ୍ ନାମକ ଏକ ଅତି ବିରଳ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ହେତୁ ତାଙ୍କ ଦେହରେ ଓ ମୁହଁରେ ଲୋମ ସବୁ ବଢୁଥିଲା ବୋଲି ଡାକ୍ତରମାନେ କହିଥିଲେ । ଏହି ବ୍ୟକ୍ତିଙ୍କର ୧୯୩୨ରେ ହୃଦ୍ଘାତରେ ପରଲୋକ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ