ଘୋଡାହଡ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପାଟପୁର ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମ ନିକଟସ୍ଥ ଘୋଡାହାଡ଼ ନଦୀରୁ ଶନିବାର ସକାଳୁ ପାଟପୁର ପୋଲିସ ଜଣେ ଯୁବକଙ୍କ ମୃତଦେହ ପାଣି ରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ଏରେଣ୍ଡ୍ରା ଗ୍ରାମ ଗମାଛକର ରାଜେନ୍ଦ୍ର ସାହୁ (୫୪) ବୋଲି ଜଣାପଡିଛି । ରାଜେନ୍ଦ୍ର ଗତକାଲି ସନ୍ଧ୍ୟାରେ ନଦୀକୁ ଗାଧୋଇବା ପାଇଁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ରାଜେନ୍ଦ୍ରଙ୍କ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କୈାଣସି ସନ୍ଧାନ ମିଳିନଥିଲା । ଆଜି ସକାଳୁ ନଦୀକୁ ଶୌଚ ପାଇଁ ଆସିଥିବା କିଛି ଯୁବକ ଘୋଡାହାଡ଼ ନଦୀତଟରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ରାଜେନ୍ଦ୍ରଙ୍କ ପରିବାର ଓ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ନଂ ୪/୨୨ ପ୍ରକାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠା ଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ