ଘୋଷଣା ହେଲା ଅଲମ୍ପିକ୍ସ ତାରିଖ

ଟୋକିଓ: କରୋନା ଭାଇରସ୍ ଆତଙ୍କ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଅଲମ୍ପିକ୍ସ ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ୨୦୨୧ ମସିହାରେ ଅଲମ୍ପିକ୍ସ ଅନୁଷ୍ଠିତ ହେବା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଘୋଷଣା କରିଛନ୍ତି। ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଲମ୍ପିକ୍ସ ଆୟୋଜିତ ହେବାକୁ ଥିବା ବେଳେ ଅଗଷ୍ଟ ୨୪ରୁ ସେପ୍ଟେମ୍ବେର ୫ ତାରିଖ ପର୍ଯ୍ୟନ୍ତ ପାରା ଅଲମ୍ପିକ୍ସ ଆୟୋଜିତ ହେବ। ନୂତନ ଅଲମ୍ପିକ୍ସ ତାରିଖ ଘୋଷଣା କରାଯିବା ପରେ ଖୁସି ଜାହିର କରିଛି ଭାରତୀୟ ଅଲମ୍ପିକ୍ସ ମହାସଂଘ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ