କରୋନା ପାଇଁ ସହାୟତାର ହାତ ବଢାଇଲା ରିଲାଏନ୍ସ

ଭୁବନେଶ୍ୱର: ଦେଶର ସର୍ବବୃହତ ଶିଳ୍ପ ସଂସ୍ଥାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫ ଶହ କୋଟି ଟଙ୍କାର ସହାୟତା ରାଶି ସହିତ ଅନ୍ୟାନ୍ୟ ସୁବିଧା ନେଇ ଘୋଷଣା କରଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ପାଣ୍ଠିକୁ ୫୦୦ କୋଟିର ସହାୟତା, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା, ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା, କୋଭିଡ -୧୯ ରୋଗୀଙ୍କ ପାଇଁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ -୧୯ ହସ୍ପିଟାଲ, ୧୦ ଦିନ ମଧ୍ୟରେ ସାରା ଦେଶରେ ପଚାଶ ଲକ୍ଷ ମାଗଣା ଭୋଜନ, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ପ୍ରତିଦିନ ଏକ ଲକ୍ଷ ମାସ୍କ, ଜରୁରୀକାଳୀନ ଯାନଗୁଡିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ ଓ ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ରିଲାଏନ୍ସ ରିଟେଲ ଆବଶ୍ୟକୀୟ ସାମଗ୍ରୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ