ଚଡକ ମେଳାର ଚୂଡାନ୍ତ ପ୍ରସ୍ତୁତି ବୈଠକ:ଶୃଙ୍ଖଳିତ ଆୟୋଜନ ପାଇଁ ଗୁରୁତ୍ୱ
ବାଲେଶ୍ୱର- ଯୁଗାବ୍ଦ ନ୍ୟୁଜ ) :- ଭୋଗରାଇ ବ୍ଲକର ଚନ୍ଦନେଶ୍ୱରଠାରେ ହେବାକୁ ଥିବା ପ୍ରସିଦ୍ଧ ଚଡକ ମେଳା ଆୟୋଜନ ସକାଶେ ଆଜି ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଦପ୍ତରରେ ଆୟୋଜିତ ଏହି ବୈଠକରେ ଗତ ମାର୍ଚ୍ଚ ୧୮ତାରିଖରେ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ବିଭିନ୍ନ ବ୍ୟକ୍ତିବିଶେଷ, ଅଧିକାରୀ ଏବଂ ଅନୁଷ୍ଠାନଗୁଡିକ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱଗୁଡିକର କି ଧରଣର ପରି ।ଳନ କରାଯାଇଛି ତାହା ସମୀକ୍ଷା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଚଳିତ ବର୍ଷ ନିର୍ବାଚନ କାର୍ଯ୍ୟ ସକାଶେ ମେଳା କିମ୍ବା ମେଳା ପ୍ରସ୍ତୁତିରେ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ତଥା ନେତାଙ୍କୁ ଏହି ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ କରାଯାଇ ନ ଥିବା ଦୃଷ୍ଟିରୁ ସମ୍ପସର୍ଣ୍ଣ ଭାବେ ଏହା ସରକାରୀ ଅଧିକାରୀମାନଙ୍କ ଉପରେ ଶୃଙ୍ଖଳିତ ଭାବେ ଆୟୋଜନ କରିବାର ଦାୟିତ୍ୱ ଥିବା ଜଣାଇ ଏହାକୁ ସୂଚାରୁ ରୂପେ ସମ୍ପଙ୍କଦନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ମନ୍ଦିରର ମୁଖ୍ୟ ଫାଟକର ଷ୍ଟିଲ୍ ଗେଟ୍ ପରିବର୍ତନ କରାଯାଇଥିବା, ମନ୍ଦିର
ପରିସରରେ ସୁଉଚ୍ଚ ଆଲୋକ ଖମ୍ବରେ ଲାଇଟ୍ ଲଗାଇବା, ମନ୍ଦିର ଭିତର ବାହାର ରଙ୍ଗ କରିବା, ରାସ୍ତା ଉପରୁ ଅସ୍ଥାୟୀ ଭାବେ ମେଳାର ଆବଶ୍ୟକତା ଦୃଷ୍ଟିରୁ ଉଠା ଦୋକାନୀଙ୍କୁ ଅପସାରଣ କରିବା ପ୍ରଭୃତି କାର୍ଯ୍ୟ ପ୍ରାୟ ସରିଯାଇଥିବା ଭୋଗରାଇ ତହସିଲ୍ଦାର ପ୍ରକାଶ କରିଥିଲେ । ମେଳା ସମୟରେ ୨୪ ଘଂଟିଆ ନିରବଚ୍ଛିନ୍ନ ବିଜୁଳି ଯୋଗାଣ, ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଅସ୍ଥାୟୀ ପାଇଖାନା ନିର୍ମାଣ, ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ଆଦି ଯୁଦ୍ଧକାଳୀନ ଭିତିରେ କରିବାକୁ ସମ୍ପରକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ରି ଆବଶ୍ୟକତା ଅନୁଯାୟୀ ପୋଷ୍ଟର, ବ୍ୟାନର ଛପାଇବା, ପୋଲିସ ବଳ ରହିବା ପାଇଁ ପୂର୍ବ ବର୍ଷ ଭଳି ସ୍କୁଲମାନଙ୍କରେ ବ୍ୟବସ୍ଥା କରିବା, ମିଡିଆ ପାଇଁ ଯାତ୍ରୀ ନିବାସରେ ରହିବା ବ୍ୟବସ୍ଥା ଆଦି କରିବା ଦିଗରେ ପଦକ୍ଷେପ ନେବାକୁ ଭୋଗରାଇ ବିଡିଓଙ୍କୁ କୁହାଯାଇଥିଲା । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ନିୟନ୍ତ୍ରଣ କକ୍ଷକୁ ବୃହତକାର କରିବା ଏବଂ ସେଠାରେ ପୋଲିସ, ଫାୟାର ସର୍ଭିସ ଏବଂ ଜରୁରୀକାଳୀନ ସେଲ ରଖିବାକୁ ପରାମର୍ଶ ଦିଆଯାଇଛି । ଆରକ୍ଷୀ ଅଧୀକ୍ଷକ ଜନ ଗହଳିକୁ ଶୃଙ୍ଖଳିତ କରିବାକୁ ବକ୍ସ ଟାଇପ ବାରିକେଡିଂ କରିବାକୁ ଅନୁରୋଧ କରିଥିଲେ । ଏଥି ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଭାବେ ୨୪ ଘଂଟିଆ ଡାକ୍ତରୀ ଟିମ ମୁତୟନ ରହିବେ । ଆଂଚଳିକ ପରିବହନ ଅଧିକାରୀ ସ୍ଥାନୀୟ ବସ୍ ସେବାଗୁଡିକୁ ଅତିରିକ୍ତ ଭାବେ ଗମନାଗମନ କରି ଯାତ୍ରୀ ନେବା ଆଣିବା କରିବା ପାଇଁ ଅନୁମତି ପ୍ରଦାନ କରିବେ । ଏଥର ପୋଲିସକୁ ସହଯୋଗ କରିବା ପାଇଁ ୧୦୦ ପୋଲିସ ସ୍ୱେଚ୍ଛାସେବୀ ମୁତୟନ ହେବେ । ସେମାନେ ପୋଲିସ୍ର ଆବଶ୍ୟକତା ପ୍ରକାରେ ସେବା ଯୋଗାଇବେ । ତା ଛଡା ୧୬ଟି ନିର୍ଦ୍ଧାରିତ ସ୍ଥାନରେ ସିସି କ୍ୟାମେରା ସ୍ଥାପନ କରାଯାଇ ଅପରାଧ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ ପୋଲିସ୍ ଯୋଜନା କରିଛି । ବିଶେଷ ଜନଗହଳି ଆସନ୍ତା ୮ତାରିଖରୁ ୧୩ତାରିଖ ଯାଏଁ ହେବ ସେଥି ।ଇଁ ଦୈନନ୍ଦିନ ସଫେଇ, ପାନୀୟ ଜଳ ବିଶୁଦ୍ଧିକରଣ, ପରିମଳ ବ୍ୟବସ୍ଥା ଆଦି ସଂଚାଳନ କରିବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅନୁରୋଧ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି.ଯୁଗଳ କିଶୋର, ଏଡିଏମ ଶ୍ରୀ ସମ୍ବିତ ନାୟକ, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଏମ ଡିଆଇସି ଶ୍ରୀ ହରିହର ଜେନା, ଡିଆଇପିଆରଓ ଶ୍ରୀ ସୁବାଷ ନିଆଲ, ବିଡିଓ ଭୋଗରାଇ ଶ୍ରୀ ଦୀପ୍ତିରଂଜନ ସେଠୀ, ତହସିଲଦାର ଭୋଗରାଇ


