ଚନ୍ଦ୍ରଭାଗାଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ
କୋଣାର୍କ , (ଗଣେଶ ଚନ୍ଦ୍ର ବେହେରା) ଓଡିଶାର ପ୍ରାଚୀନ ନୌବାଣିଜ୍ୟ ସଂସ୍କୃତି ପରମ୍ପରାକୁ ମନେରଖିବା ପାଇଁ ତୀର୍ଥକ୍ଷେତ୍ର ଚନ୍ଦ୍ରଭାଗାଠାରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟକ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଓ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ. ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ ନାୟକ ପୁରୀ ଜିଲ୍ଲା ଯାଦବ ମହାସଂଘ ସଭାପତି ଗୋପାଳ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଏହି ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମଞ୍ଚରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଓ ସଙ୍କୀର୍ତ୍ତନ ସାଇକୈବଲ୍ୟ ଭଜନ ଧାରା ଭୁବନେଶ୍ବର ଓ ସାଇ କୈବଲ୍ୟ ଭଜନ ଧାରା କୋଣାର୍କ ପକ୍ଷରୁ ଭଜନ ଓ ସମ୍ବଲପୁର ନୃତ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରତାପ କୁମାର ରାଉତ ଓ ରାମ କୃଷ୍ଣ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଚନ୍ଦ୍ରଭାଗା ବୋଇତ ବନ୍ଦାଣ କମିଟିର ସଭାପତି ଅଜୟ କୁମାର ବେହେରା ସମ୍ପାଦକ ମାନସ କୁମାର ସ୍ଵାଇଁ, ଭାସ୍କର ଚନ୍ଦ୍ର ବେହେରା, ବାନାମ୍ବର ବେହେରା, ଲିଙ୍ଗରାଜ ରାଉତ,ସରୋଜ ପଣ୍ଡା, କାଳନ୍ଦି ବେହେରା, କୃଷ୍ଣ ଚନ୍ଦ୍ର ନାୟକ. ରଞ୍ଜନ ପରିଡା ପ୍ରମୁଖ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏହିକାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ। ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇବାସହ ଡଙ୍ଗା ଭସାଇ ସୂର୍ଯ୍ୟ ଉଦୟ ଦେଖି ନିଜ ନିଜ ଘରକୁ ଫେରିଥିଲେ।


