ଯୁବକ ସଂଘର ସଫେଇ କାର୍ଯ୍ୟକ୍ରମ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ତିରୁଣା ପଂଚାୟତର ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗୋଡିଢିଅସ୍ଥିତ ରାମକୃଷ୍ଣ ସେବା ଆଶ୍ରମ ପରିସରରେ ପଡିଥିବା ପଲଥିନି ସହିତ ଅନାବନା ଘାସ ଲତାକୁ ସଫେଇ କରାଯାଇଥିଲା । ସଂଘର ଏହି କାର୍ଯ୍ୟକୁ ମହନ୍ତ ବାବା ସୁବାସ ଚନ୍ଦ୍ର ଦାସ ଦେଖି ଯୁବକ ସଂଘକୁ ଧନ୍ୟବାଦ ଜଣାଇଥିଲେ ।ଏଥିରେ ସଂଘର କୋଷାଧ୍ୟକ୍ଷ ଦେବଦତ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।


