ଚମାଖଣ୍ଡି ଛକ ଠାରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର(ଦେବଦ‌ତ୍ତ ମହାରଣା): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମାଖଣ୍ଡି ଛକ ଠାରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜି ଅପରାହ୍ନରେ ଏକ ଉତ୍ସବରେ ବ୍ରହ୍ମପୁର ଯୋଗଦେବା ନିମନ୍ତେ ଗ୍ରସ୍ତ କରୁଥିବା ବେଳେ ତାଙ୍କୁ ଚମାଖଣ୍ଡି ଛକ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ଛାତ୍ର ବିକୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ବିଜେଡି ଯୁବନେତା ଆର. ସନ୍ତୋଷ ରେଡ୍ଡୀ, ସିଏଚ. ମନୋଜ ରେଡ୍ଡୀ , ପୂର୍ବତନ କାଉନସିଲର ବି.ରାଜୁବାବୁ, ଡିଲେଶ୍ୱର ରେଡ୍ଡୀ, ସନମୁଖ ପଟ୍ଟନାୟକ, ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ ଓ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ରେବତୀ ପ୍ରଧାନ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧୀ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପରେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ କୁ ପାଛୋଟି ନେଇ ସେଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ