ଛତ୍ରପୁର ପଞ୍ଚାୟତ ସମିତିର ମୁଖ୍ୟଦ୍ୱାର ଓ ନୂତନ ଅଫିସ କୋଠା ଗୃହ ଉଦଘାଟିତ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ପଞ୍ଚାୟତ ସମିତି ର ମୁଖ୍ୟଦ୍ୱାର ଓ ନୂତନ ଅଫିସ କୋଠା ଗୃହ କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ , ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ନୀରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ଷଡଙ୍ଗୀଙ୍କ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ଏହାସହିତ ସାଂସଦ ଶ୍ରୀ ସାହୁ, ବିଧାୟକ ଶ୍ରୀ ବେହେରା ଏବଂ ଜିଲ୍ଲାପାଳ ବ୍ଲକ ପରିସରରେ କିଛି ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଛତ୍ରପୁର ବ୍ଲକର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଗ୍ରଣୀ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଲାଭ କରିଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପୁରସ୍କୃତ କରିଥିଲେ ।


