ଚର୍ଚ୍ଚାରେ ୮୪ବର୍ଷୀୟ ବୃଦ୍ଧଙ୍କ ବିବାହ ବିଜ୍ଞାପନ

ଆଜିକାଲି ଲୋକେ ନିଜ ପୁଅ ବା ଝିଅମାନଙ୍କ ପାଇଁ ସଠିକ୍ ବରପାତ୍ର ବା କନ୍ୟାପାତ୍ର ଖୋଜିବା ପାଇଁ ମାଟ୍ରିମୋନିଆଲ ସାଇଟ୍ର ସହାୟତା ନେଉଥିବା ଦେଖାଯାଇଛି । ମାଟ୍ରିମୋନିଆଲ ସାଇଟ୍ ଆସିବା ପରେ ଏବେ ଲୋକେ ସହଜରେ ବର-କନ୍ୟା ଖୋଜିପାରୁଛନ୍ତି । ଏହା ସହ ଏବେ ଟିଣ୍ଡର ଭଳି ଡେଟିଂ ଆପ୍ ମଧ୍ୟ ଆସିଗଲାଣି । ଯାହାକୁ ବ୍ୟବହାର କରି ଯୁବକ-ଯୁବତୀ ପରସ୍ପରକୁ ଡେଟ୍ କରି ପରେ ବିବାହ କରୁଛନ୍ତି । ତେବେ ଏତେ ସବୁ ମଧ୍ୟରେ ଜଣେ ୮୪ ବର୍ଷୀୟ ବୃଦ୍ଧ ନିଜ ବିବାହ ପାଇଁ ବିଜ୍ଞାପନ ବାହାର କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାରେ ରହିଛି ।  ବିଜ୍ଞାପନରେ, ନିଜର ବୟସ ୮୪ ବର୍ଷ ବୋଲି ଲେଖିବା ସହ ଉଚ୍ଚତା ୫ ଫୁଟ ୫ ଇଞ୍ଚ ବୋଲି ଲେଖାଯାଇଛି । ଆଖି, କାନ, ଦାନ୍ତ ଏବଂ ଆଣ୍ଠୁ ଠିକ୍ ଭାବରେ କାମ କରୁଛି । ଯୋଗ ଶିକ୍ଷକ ଭାବେ କାମ କରୁଛି । ଧୂମପାନ କରୁନାହଁ । ଶାକାହାରୀ ସହ ୩ କୋଟିର ଘର କିଣିଛି । ଏହା ସହ ବ୍ୟାଙ୍କରେ ୫ ଲକ୍ଷ ଟଙ୍କାର ଏଫ୍ଡି ରହିଛି ବୋଲି ଲେଖିଛନ୍ତି ବୃଦ୍ଧ । ତାଙ୍କର ଏଭଳି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ଥଟ୍ଟା କରିବା ଆରମ୍ଭ କରି ଦେଇଛନ୍ତି । କେବଳ ଆଖି, କାନ, ଦାନ୍ତ ଏବଂ ଆଣ୍ଠୁ ଠିକ୍ ଭାବରେ କାମ କରୁଛି, ଆଉ କିଛି କାମ କରୁନାହିଁ ବି ବୋଲି ମଧ୍ୟ ଲୋକେ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ