ଚାଉଳ ଗୋଦାମ ଯାଞ୍ଚ କଲେ ଏଏଫସିଆଇ ଅଧିକାରୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ସ୍ଥିତ ଚାଉଳ ଗୋଦାମକୁ ଆସି ଏଏଫସିଆଇ ଅଧିକାରୀମାନେ ପରିଦର୍ଶନ କରିଥିବା ଜଣାପଡିଛି । ଜିଲ୍ଲା ଯୋଗାଣ ଓ ଆରଏମସି ବିଭାଗ ମିଳିତ ତତ୍ୱାବଧାନରେ ଧାମନଗର ସ୍ଥିତ ଚାଉଳ ଗୋଦାମ ଜିଲ୍ଲା ସହିତ ବାହାରକୁ ଚାଉଳ ରପ୍ତାନୀ କରୁଥିବାବେଳେ ଏହାର ସମସ୍ତ ବ୍ୟବସ୍ଥାକୁ ଆଜି ଅଧିକାରୀ ମାନେ ଯାଞ୍ଚ କରିଛନ୍ତି । ବିଶେଷକରି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଧାରରେ ସଠିକ ମାନ ଓ ପରିମାଣର ଚାଉଳ ଗଚ୍ଛିତ ଅଛି କି ନାହିଁ ସେନେଇ ଅଧିକାରୀ ମାନେ ଯାଞ୍ଚ କରିଥିଲେ । ଏଥିରେ ଜିଲ୍ଲା ଅତିରିକ୍ତ ଯାଞ୍ଚ ଅଧିକାରୀ କେଦାର ନାୟକ, ଚାଉଳ ଗୋଦାମ ଦାୟିତ୍ୱରେ ଥିବା ପିଆରଆଇଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।


