ପୋଲ ତଳକୁ ଖସି ପଡିଲା ପିକଅପ ଭ୍ୟାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଫାଣ୍ଡି ଅଧିନ ବିରିଡି ଠାରେ ଏକ ପିକଅପ ଭ୍ୟାନ ପୋଲ ତଳକୁ ଖସିପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଓଡି୨୨ଏ୧୮୫୨ ପିକଅପ ଭ୍ୟାନଟି ବୁଧବାର ରାତି ସାମୟରେ ୧୦ଜଣ ଶ୍ରମିକକୁ ଧରି ବୈତରଣୀ ନଦୀବନ୍ଧରେ ଯାଉଥିଲା । ଏହା ସହିତ ଏକ ମିକ୍ସଚର ମେସିନ ମଧ୍ୟ ଗାଡି ସହିତ ସଂଯୋଗ ହୋଇଥିଲା । କୌଣସ କାରଣ ବସତଃ ବିରିଡି ଠାରେ ଭାରସାମ୍ୟ ହରାଇ ପୋଲତଳକୁ ଖସିପଡିଥିଲା । ସୌଭାଗ୍ୟ ବସତଃ ଶ୍ରମିକ ମାନେ ସାମାନ୍ୟ ଆହତ ହୋଇଥିବାବେଳେ ସେମାନେ ପ୍ରାଥମିକ ଚିକିତ୍ସା ହୋଇଥିବା ଜଣାପଡିଛି ।


