ଚାପୁଡା ମାରିଥିବା ଯୁବକଙ୍କୁ ଗିରଫ ଦାବୀରେ ଆଶା କର୍ମୀଙ୍କ ଧାରଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କାର୍ଯ୍ୟରତ ଜଣେ ଆଶା ଦିଦି ଟୀକା ନେବାକୁ ଡାକିବାରୁ ଜଣେ ଯୁବକ ସଂପୃକ୍ତ ଆଶାଦିଦିଙ୍କୁ ମାଡ ମାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମରେ ଦେଖିବାକୁ ମିଳିଛି । ସଂପୃକ୍ତ ଯୁବକଙ୍କୁ ଗିରଫ ଓ ଆଶାଦିଦିଙ୍କୁ ଉଚିତ ନ୍ୟାୟ ଦାବୀରେ ହିଞ୍ଜିଳିକାଟୁ ଆଶାକର୍ମୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଘଟଣା ପରେ ହିଞ୍ଜିଳିଥାନାରେ କେଶ ନଂ ୬୪୪/୨୧ରେ ଏକ ମାମଲା ରୁଜୁ କରି ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିବା ପରେ ଧାରଣା ହଟିଛି ।ପ୍ରକାଶ ଯେ, ମହାମାରୀ କରୋନାର ରକ୍ଷାକବଚ ସାଜିଥିବା କୋଭିଡ ଟୀକା ଗ୍ରହଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ସଚେତନ କରିଆସୁଛନ୍ତି । କୋଭିଡ ଟୀକା ଗ୍ରହଣ କରିନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଆଶା କର୍ମୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ଟୀକା ନେବା ପାଇଁ ପରାମର୍ଶ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଞ୍ଜିଳିଥାନା କଣ୍ଟେଇକୋଳି ଗ୍ରାମରେ କୋଭିଡ୍ ଟିକା ପ୍ରଦାନ କରାଯାଉଥିଲା । ସଂପୃକ୍ତ ପଂଚାୟତର ଆଶାକର୍ମୀ ଝୁନୁ ସାହୁ ସେହି ଗ୍ରାମର ଘରକୁ ଘର ବୁଲି ଟୀକା ନେଇନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଡାକିଥିଲେ । ସେହି ଗ୍ରାମ ବଡ ସାହିର ମୁନା ବେହେରାଙ୍କୁ ଡାକିବାରୁ ଯୁବକ ଜଣକ ଉତ୍ୟକ୍ତ ହୋଇ ସଂପୃକ୍ତ ଆଶା କର୍ମୀଙ୍କୁ ମୁଥମାଡ କରିଥିଲେ । ମୁଥ ମାଡରେ ଆଶା କର୍ମୀ ଆହାତ ହୋଇ ଚିକିତ୍ସା ପାଇଁ ହିଞ୍ଜିିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ପରେ ଘଟଣା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହିଞ୍ଜିଳି ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଶନିବାର ଆଶାକର୍ମୀ ସଂଘ ପକ୍ଷରୁ ପୁରୁଣା ଡାକ୍ତର ଖାନା ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇଁ ଡିପିଏମ୍ , ବିପିଏମ୍ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତ ଆଶାକର୍ମୀଙ୍କୁ ବୁଝାସୁଝା କରିଥିଲେ । ଏନେଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ଦିନ ହିଁ ଥାନାରେ ମାମଲା ରୁଜୁ ହୋଇଛି ଓ ଆକ୍ରମଣ କାରୀ ଯୁବକଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ