ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ ନୂଆ ବୁରୁପଡା ନାରାୟଣ ଭବନ ପରିସରରେ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ତରାଞ୍ଚଳ ଉପସଭାପତି ଗୈାରୀ ଶଙ୍କର ମିଶ୍ର , ଦକ୍ଷିଣାଞ୍ଚଳ ଉପସଭାପତି ଧୀରେନ୍ଦ୍ର କୁମାର ପଣ୍ଡା , ସାଧାରଣ ସମ୍ପାଦକ ମହମ୍ମଦ୍ ଜାଭେଦ୍ ଅଖତାର , ଯୁଗ୍ମ ସମ୍ପାଦକ ଅରୁଣ କୁମାର ଦାସ , କୋଷାଧକ୍ଷ ବିଶ୍ୱ ବିଜୟୀ ପରିଡା , କାର୍ଯ୍ୟକାରିଣୀ ସଂପାଦକ ସୁଧାଶୁଂ ଶେଖର ପାଣିଗ୍ରାହି ଓ ଉତ୍ତରାଞ୍ଚଳ ଜୋନାଲ ସମ୍ପାଦକ ମନୋଜ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ସମସ୍ୟାରେ ରାଜସ୍ୱ ନିରକ୍ଷକ ଓ ସହକାରୀ ରାଜସ୍ୱ ନିରିକ୍ଷକ , ସୁପରଭାଇଜରଙ୍କର ବହୁ ସମସ୍ୟା ରହିଥିଲେ ମଧ୍ୟ ସରକାର କୈାଣସି ଦାବୀ ଉପରେ କୈାଣସି ଗୁରୁତ୍ୱ ଦେଉନଥିବାରୁ ସରକାରଙ୍କୁ ପୁଣି ଥରେ ସଂଘ ତରଫରୁ ଦାବୀ ଗୁଡିକର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ଆବଶ୍ୟକୟ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥି ସହିତ ଦୀର୍ଘ ଦୁଇ ବର୍ଷ ପରେ କର୍ମକର୍ତ୍ତା ଏକାଠି ହୋଇ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ରାଜସ୍ୱ ନିରିକ୍ଷକ, ସହକାରୀ ରାଜସ୍ୱ ନିରିକ୍ଷକ , ସୁପରଭାଇଜର ଙ୍କର ବହୁ ସମସ୍ୟା ଉପରେ ଆଲୋଚନା କରିଥିଲେ । ଦାବୀ ଗୁୁଡିକ ମଧ୍ୟରେ ସରକାରୀ ରାଜସ୍ୱ ନିରିକ୍ଷକଙ୍କ ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତାକୁ ଯୁକ୍ତ ଦୁଇ ପରିବର୍ତ୍ତେ ଯୁକ୍ତ ତିନି କରାଯାଉ । ଓଆରଏସ୍ ପାଇଁ ରାଜସ୍ୱ ପରିଦର୍ଶକ ଏବଂ ରାଜସ୍ୱ ନିରିକ୍ଷକ ମାନଙ୍କର ବୟସ ସୀମା ଓ ଗୁପ୍ତ ଚରିତ୍ର ପଂଜିକା ( ସିସିଆର ) ପ୍ରଥାକୁ ଉଚ୍ଛେଦ ।ରାଜସ୍ୱ ନିରିକ୍ଷକଙ୍କ ପଦୋନ୍ନତି କ୍ଷେତ୍ରରେ ଶତକଡା ୪୦ ଭାଗ ପରିବର୍ତ୍ତେ ୫୦ ଭାଗ କରାଯାଉ । ଏତତ୍ ବ୍ୟତିତ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ପାଇଁ ଶତକଡା ୫୦ ଭାଗ ଧାର୍ଯ୍ୟ କରାଯାଉ । ଏତଦ୍ ବ୍ୟତୀତ ପ୍ରତ୍ୟେକ ରାଜସ୍ୱ ନିରିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟର ରେକର୍ଡ ରୁମକୁ ଅଗ୍ନିନିରୋଧକ ଓ ପକ୍କା ଘର ଯୋଗାଇ ଦେବା ସହ ରେକର୍ଡ ସଂରକ୍ଷଣ , ଆସବାବ ପତ୍ର , ଏବଂ କାର୍ଯ୍ୟାଳୟ ପରିଚାଳନା ସକାଶେ କମ୍ପୁଟରୀକରଣ କରିବା ସହିତ ରାଜସ୍ୱ ସୁବିଧା ଲୋକଙ୍କ ପାଇଁ ଉପଲବ୍ଧ କରାଯାଉ । ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ମାନଙ୍କର ଚୁକ୍ତିି ଭିତିକ ନିଯୁ୍‌କ୍ତିକୁ ଉଚ୍ଛେଦ କରାଯାଇ ନିୟମିତ ପ୍ରଦାନ କରିବା । ଅଧିକାରୀ ମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଲଘୁଖଣିଜ ଚୋରି ରୋକିବା ସମୟରେ ପୁଲିସ ସୁରକ୍ଷା ଯୋଗାଇଦେବା ଓ ଓଡିଶା ସରକାର ରାଜସ୍ୱ ପରିଦର୍ଶକଙ୍କ ପାଇଁ ଗ୍ରହଣ କରିଥିବା (୪:୧) ( ରାଜସ୍ୱ ମଣ୍ଡଳ : ରାଜସ୍ୱ ପରିଦର୍ଶକ ) ଅନୁପାତ ପଦବୀକୁ ତୁରନ୍ତ ଲାଗୁ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାର ଙ୍କୁ ଦାବୀ ଜଣାଇବା ଲାଗି ସଂଘ ତରଫରୁ ନିଷ୍ପତି ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ରଶ୍ମୀ ରଂଜନ ହୋତା , ହରିହର ଶତପଥୀ ଙ୍କ ସମେତ ରାଜ୍ୟର ଶତାଧିକ ଆରଆଇ , ଏଆରଆଇ , ଓ ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ