ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନତା ର‌୍ୟାଲି

ବନ୍ତ (ଯୁଗାଦ୍ଧ ନ୍ୟୁଜ୍‌) : ବରପଦା କପାସିଆସ୍ଥିତ ମା ସିଦ୍ଧ ଦୁର୍ଗା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ କରୋନା ସଂପର୍କୀତ ସଚେତନତା ର‌୍ୟାଲି ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭରତ ବାରିକ ଓ ସଂପାଦକ ଆର୍ତ୍ତବନ୍ଧୁ ବାରିକଙ୍କ ତତ୍ତ୍ୱାବଧାନରେ ମା ସିଦ୍ଧ ଦୁର୍ଗା ମନ୍ଦିରରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ କାମନା କରାଯିବା ସହ ପଣ୍ଡିତ ନାରାୟଣ ମିଶ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏକ ସଚେତନତା ର‌୍ୟାଲି ମନ୍ଦିରରୁ ବାହାରି ବିଭିନ୍ନ ଗ୍ରାମ ଓ ବରପଦା ବଜାର ପରିକ୍ରମା କରିଥିଲା । ବରପଦା ବଜାରରେ ଶତାଧିକ ଲୋକଙ୍କୁ ମାସ୍କ ବଣ୍ଟନ କରାଯିବା ସହ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ପଦ୍ମଲୋଚନ ବେହେରା, ନାରାୟଣ ବାରିକ, ଜିତେନ୍ଦ୍ର ବେହେରା, ଧିରେନ୍ଦ୍ର ବାରିକ, ସୁଶାନ୍ତ ବେହେରା, ନିତ୍ୟାନନ୍ଦ ଜେନା, ନିତ୍ୟାନନ୍ଦ ମହାନ୍ତି, ରଞ୍ଜିତ ଜେନା, ରବିନ୍ଦ୍ର ବେହେରା, ଦେବାଶିଷ ବାରିକ, ପ୍ରଦୀପ ରାଉତଙ୍କ ସମେତ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ