ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ୨୨ଟି ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବ ପରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏଥିରେ ଇଟାଲୀର ୧୭ ଜଣ, ଫିଲିପାଇନ୍ସର ୩ ଜଣ, ବ୍ରିଟେନର ଦୁଇଜଣ, କାନାଡା, ଇଣ୍ଡୋନେସିଆ ଏବଂ ସିଙ୍ଗାପୁରର ଜଣେ ଲେଖାଏଁ ନାଗରିକ ଅନ୍ତର୍ଭୁକ୍ତ। ୧୯୫ ଜନ ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରର ଚାରି ଜଣ ମୃତକ ରହିଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ସକ୍ରିୟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୧୭୧ ରହିଥିବା ବେଳେ ୨୦ ଜଣ ଆରୋଗ୍ୟ କିମ୍ବା ଡିସଚାର୍ଜ ହୋଇଥିବା ବେଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ଏପର୍ୟ୍ୟନ୍ତ ୧୭ଟି ନମୁନା ପଜିଟିଭ ଆସିଥିବା ବେଳେ ସେଥିରେ ଜଣେ ବିଦେଶୀ ଅଛନ୍ତି ଏବଂ ଉତ୍ତରପ୍ରଦେଶରେ ଜଣେ ବିଦେଶୀ ନାଗରିକ ସମେତ ୧୯ଟି ପଜିଟିଭ ମାମଲା ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ତିନୋଟି ବିଦେଶୀଙ୍କ ସମେତ ୪୭ଟି ଓ କେରଳ ୨୮ଟି ସଂକ୍ରମଣ ମାମଲା ରେକର୍ଡ କରାଯାଇଛି ଯେଉଁଥିରେ ଦୁଇଜଣ ବିଦେଶୀ ନାଗରିକ ଅଛନ୍ତି। ସେହିପରି କର୍ଣ୍ଣାଟକରେ ୧୫, ଲଦାଖରେ ୧୦ ଏବଂ ଜାମ୍ମୁ କାଶ୍ମୀରରେ ୪, ତେଲେଙ୍ଗାନାରେ ୧୬ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ନଅ ଜଣ ବିଦେଶୀ ଅଛନ୍ତି। ଦୁଇ ବିଦେଶୀଙ୍କ ସମେତ ରାଜସ୍ଥାନରେ ସାତଟି ଓ ତାମିଲନାଡୁରେ ତିନୋଟି ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଦୁଇଟି ମାମଲା ପଜିଟିଭ ଚିହ୍ନଟ ହୋଇଛି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପଣ୍ଡିଚେରୀ, ଚଣ୍ଡିଗଡ଼ ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ପଜିଟିଭ ରିପୋର୍ଟ ଆସିଛି। ହରିୟାଣାରେ ୧୪ ବିଦେଶୀଙ୍କ ସମେତ ୧୭ ଜଣଙ୍କ ନମୁନାରେ ପଜିଟିଭ ରିପୋର୍ଟ ମିଳିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ