ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୩୮ କିଲୋ ଗଞ୍ଜେଇ ସହ ଘଟଣା ସ୍ଥଳରୁ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବାଲିଗୁଡା ଥାନା ଅଧିନସ୍ତ ସିପାଞ୍ଜିରୀ-ଡାମିକିଆ ରାସ୍ତା ପାର୍ଶ୍ଵ ଜଙ୍ଗଲ ରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ଉକ୍ତ ଅଞ୍ଚଳର ଦୁଇ ଗଞ୍ଜେଇ ମାଫିଆ ବାରା ମଲ୍ଲିକ ଓ ବିଟୁ ମଲ୍ଲିକ ଙ୍କୁ ଗିରଫ କରି ବାଲିଗୁଡା ଥାନା କେଶ ନଂ.୬୦/୨୦୨୪ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇ ସହ ଦୁଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ