ଟ୍ରାକ୍ଟର ଧକ୍କାରେ ବାଇକ ଅରୋହି ମୃତ, ପୁଲିସ ଦ୍ୱାରା ଟ୍ରାକ୍ଟର ଓ ବାଇକ ଜବଦ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର- ଭଦ୍ରକ ରାସ୍ତାର ଅଣା କେନାଲ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ଜଣା ଯାଇଛି କି ଅଣା କେନାଲ ନିକଟରେ ଏକ ଟ୍ରାକ୍ଟର ପଛକୁ ସାଇଟ କରୁଥିବା ସମୟରେ ଛେନାପଡି ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ରୋହୀ ଜଣକ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡକ୍ଟରଖାନା ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଘର ମରେଇ ଗାଁ ପଞ୍ଚାୟତ ଗୁହାଳ ଗଡ଼ିଆ ଗ୍ରାମର ଘନଶ୍ୟାମ ସା(୫୨) ବୋଲି ଜଣା ଯାଇଛି। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରାକ୍ଟର ଓ ବାଇକକୁ ଜବଦକରି ଥାନାକୁ ନେଇଯାଇଛି। ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ ଚଲାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ