ଚାଷ ଜମିର କ୍ଷୟକ୍ଷତି ଆକଳନ କଲେ ପ୍ରଶାସନିକ ଅଧିକାରୀ

ହିଂଜିଳିକାଟୁ, (ଶେଷଦେବ ସାହୁ): ଉତର- ପଶ୍ଚିମ ବଙ୍ଗୋପସାଗରରେ ଓୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରୀ ରହିଛି । ଚଳିତ ଲଗାଣ ବର୍ଷାରେ ହିଂଜିଳି ବ୍ଳକର ପ୍ରାୟ ସମସ୍ତ ଗ୍ରାମ ଗୁଡ଼ିକରେ ଜଳମଗ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ବ୍ଳକର ସାହାପୁର, ଧୋବାଡ଼ି ପାଟପୁର, ବାଳକୃଷ୍ଣପୁର, ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା ଆଦି ନଦୀ ଉପକୂଳବର୍ତି ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମି ବିଶେଷକରି ଧାନ ଚାଷ, ପରିବା ଚାଷ, ପାନବାଡ଼ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଶୁକ୍ରବାର ଗଂଜାମ ଜିତଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟମନ୍ତ୍ରୀଙ୍କଗଡ଼ ହିଂଜିଳି ବ୍ଳକ ଗ୍ରସ୍ତ କରି ବାଳକୃଷ୍ଣପୁର, ବୁରୁପୋଡ଼ା, ନୁଆଁ ବୁରୁପୋଡ଼ା ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ସଂପୃକ୍ତ ଚାଷୀ ମାନେ ସେମାନଙ୍କ ଚାଷ କ୍ଷତି ହୋଇଥିବା ଯୋଗୁଁ ସରକାରୀ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଲଗାଣ ବର୍ଷା ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଚାନ୍ଦୁଲି, ଖଣ୍ଡରା, ଗିରିଆ, ଆଲପୁର, ଖରିଡ଼ାଗ୍ରାମର ବହୁ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ପାରିନଥିବା ଜଣାପଡ଼ିଛି । ଚାନ୍ଦୁଲି ଗ୍ରାମର ଅନ୍ଧୁଣୀ ନାଳ ନିକଟବର୍ତି ଅଂଚଳର ବହୁ ଚାଷ ଜମି ଜଳମଗ୍ନ ହୋଇ ସେମାନଙ୍କ ଧାନ ଚାଷ, ପରିବା ଚାଷ ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ନେଇ ସଂପୃକ୍ତ ଗ୍ରାମର ଚାଷୀ ମାନେ ଅଭିଯୋଗ କରିଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ପୋଡ଼ିଙ୍ଗି ଗ୍ରାମ ନାଳଦେଇ ପ୍ରବାହିତ ବର୍ଷା ଜଳ ମାଡ଼ି ଆସିବାରୁ ଖଣ୍ଡରା ଗ୍ରାମର ପ୍ରାୟ ଶହେ ହେକ୍ଟର ପରିବା ଫସଲ ସମେତ ଶହେ ଲକର ଧାନଛାଷ ନଷ୍ଟ ହୋଇଥିବା ନେଇ ଚାଷୀ ମାନେ କହିଛନ୍ତି । ଶନିବାର ହିଂଜିଳିକାଟୁ ତହସିଲଦାର ଗେଜାପିନାଥ କୁଅଁରଙ୍କ ନିର୍ଦ୍ଦେଶ ପ୍ରକାରେ ରାଜସ୍ୱ ସୁପରଭାଇଜର ଏସ. ପୁରୁଷୋତମ ରେଡ୍ଡି, ରାଜସ୍ୱ ନିରୀକ୍ଷକ ସୁଞ୍ଜାନି ବେହେରା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭସ୍ମିତା ସାହୁ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ପ୍ରମୁଖ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖି ଫେରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ