ଚୀନ୍ରେ କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା ୮୦୦କୁ ବୃଦ୍ଧି
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦କୁ ବୃଦ୍ଧି ପାଇଛି । ଏହା ସହିତ ୨୦୦୨-୦୩ ମସିହାରେ ଘଟିଥିବା ସାର୍ସ ଏପିଡେମିକ୍ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ ୮୯ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୦୦ରେ ପହଞ୍ଚିଛି । ୨୦୦୨-୦୩ରେ ସାର୍ସ ଭାଇରସ୍ ପ୍ରଭାବରେ ବିଶ୍ବବ୍ୟାପୀ ୭୭୪ ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଚଳିତ ବର୍ଷର ନୋଭେଲ୍ କୋରୋନା ଭାଇରସ୍ ପ୍ରଭାବରେ କେବଳ ଚୀନ୍ରେ ମୃତ୍ୟୁ ସଂଖ୍ୟା ୮୦୦ରେ ପହଞ୍ଚିଛି । ୩୭୨୦୦ଙ୍କ ମଧ୍ୟରୁ ୧୪୭୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହା ସହିତ ଶନିବାର ଜାପାନରେ ପ୍ରଥମ କୋରୋନା ଭାଇରସ୍ ମୃତ୍ୟୁ ଘଟିଛି । କୋରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ଜଣେ ୬୦ ବର୍ଷୀୟ ଆମେରିକୀୟ ନାଗରିକ ଶନିବାର ପ୍ରାଣ ହରାଇଛନ୍ତି ।


