ପାକ୍ର ଅସ୍ତ୍ରବିରତି ଉଲ୍ଲଂଘନ : ଭାରତୀୟ ଯବାନ ନିହତ
ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ନିହତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଏହି କାଣ୍ଡ ଘଟିଛି । ଶନିବାର ଅପରାହ୍ନ ୩ଟା ୪୫ ମିନିଟ୍ରେ ଏହି ଘଟଣା ଘଟିଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି ।


