ଚୋରି ମଟର ସାଇକେଲ ଉଦ୍ଧାର ଜଣେ ଗିରଫ; ଜଣେ ଫେରାର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଥାନା ଅଞ୍ଚଳ ନଦୀଖଣ୍ଡୀ ସାହିରୁ ଗତ ଡିସେମ୍ବର ମାସରେ ଚୋରି ଯାଇଥିବା ଏକ ମୋଟର ସାଇକେଲ ଫୁଲବାଣୀ ଟାଉନ ପୁଲିସ ଦ୍ଵାରା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି l ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଚୋରିରେ ସଂମ୍ପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ଫେରାରେ ଥିବା ଟାଉନ ଥାନା ଅଧିକାରୀ ସୁକାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି l ପ୍ରକାଶ ଯୋଗ୍ୟ ଗତ ଡିସେମ୍ବର ମାସରେ ଫୁଲବାଣୀ ନଦୀଖଣ୍ଡି ସାହିରେ ଭଡାରେ ରହୁଥିବା ଜନୈକ ବି ଏସ ଏନ ଏଲ କର୍ମଚାରୀଙ୍କ ଏକ ମୋଟର ସାଇକେଲ ଚୋରି ହୋଇଯାଇଥିଲା l ଏ ନେଇ ଜୈନକ କର୍ମଚାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ l ଏତଲାକୁ ଭିର୍ତ୍ତି କରି ପୋଲିସ ତଦନ୍ତ ଚାଲୁ ରଖିଥିଲା l ଏହି ଚୋରି ଗାଡ଼ି ଫିରିଙ୍ଗିଆ ଅଞ୍ଚଳରେ ଥିବା ଖବର ପାଇ ପୁଲିସ ଫିରିଙ୍ଗିଆ ଥାନା ସହଯୋଗରେ ଡ଼ିମିରିଗୁଡାରେ ଚଢ଼ାଉ କରି ଗାଡିକୁ ଜବତ କରିବା ସହ ଏହି ମାମଲାରେ ସଂପୃକ୍ତ ଶ୍ରଵଣ ଦିଗାଲକୁ ଗିରଫ କରିଛି l ଚୋରିରେ ଲିପ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ସୁମନ୍ତ ଦିଗାଲ ଫେରାର ଥିବା ପୁଲିସ କହିଛି |


