ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ “ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ,(ପୀତବାସ ପ୍ରଧାନ): ଓଡିଶା ସରକାରଙ୍କ ନିର୍ଦେଶନାମା ଅନୂଯାଇ ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ ଏକ “ମୋ କଲେଜ” କମିଟି ଗଠନ ପାଇଁ ବିହିତ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆସନ୍ତା ତା୨୨/୦୨/୨୦୨୧ରିଖ ଅପରାହ୍ନ ୩.୩୦ରେ ମହାବିଦ୍ୟାଳୟର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହେବ । ପାରାଦୀପ ମହାବିଦ୍ୟାଳୟର ୱେବ୍‌ସାଇଟ୍‌ରେ ଏଥିପାଇଁ ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ଏହି କମିଟି ପାଇଁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୬ଜଣଙ୍କୁ ମନୋନୀତ କରି କମିଟିର ସଦସ୍ୟ ଭାବେ ରଖାଯିବ । ଏହି କମିଟି ମହାବିଦ୍ୟାଳୟ ଉନ୍ନତି ମୂଳକ କାର୍ଯ୍ୟରେ ସହାୟକ ହେବ । ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନ୍‌ଗୋ ସମସ୍ତ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ