କାଦବରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଲକ୍ଷ୍ମୀପ୍ରିୟା ଭାରତୀ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ରାଜକିଶୋର ସାହୁ, ସମ୍ମାନୀତ ଅତିଥି ଭାବେ ଭିକାରୀ ଚରଣ ଦାସ, ହଳଧର ରାଉତ, ଅଗଣି ଚରଣ ଜେନା, ମନୋଜ କୁମାର ରାଉଳ, ସୁବଳକାନ୍ତ ପଣ୍ଡା, ଭଗବାନ ଗିରି, ସ୍ୱୟଂପ୍ରଭା ଆରଣ, ପ୍ରାଚୀସ୍ମିତା ସାମନ୍ତରାୟ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଲିଲି ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ନିରଞ୍ଜନ ପଲେଇ, ସୁକାନ୍ତ କୁମାର ସିଂ, ଭଗବାନ ପୁରୀ, ଗୋପିନାଥ ପୁହାଣ, ଭାସ୍ୱତୀ ଜେନା, ଅନୁରାଧା ପାଣିଗ୍ରାହୀ, ସଙ୍ଗୀତା କୁମାରୀ ବେହେରା, ଲୋପାମୁଦ୍ରା ସ୍ୱାଇଁ, ଶକୁନ୍ତଳା ରାଉତ, ଶୁଭଶ୍ରୀ କୁଣ୍ଡୁ, ଅନିତା ସେଠୀ, ସସ୍ମିତା ପାଣିଗ୍ରାହୀ, ଗାୟତ୍ରୀ ଜେନା, ଯଶୋଦା ଜେନା, ଜସ୍ମିନ୍ ରାଉତ, ଶିକ୍ଷାକର୍ମଚାରୀ ରୀତାରାଣୀ ରାଉତ, ହରିହର ପଲେଇ, ଜଗନ୍ନାଥ ପଣ୍ଡା, ଆଶିଶ କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ