ଚୋରୀ ଉଦ୍ୟମରତ ସିସିକେମେରା କୟଦ ସନ୍ଦିଗ୍ଧ ଯୁବକଙ୍କୁ ବାନ୍ଧିଲା ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଳି ରାଖାସାହିର ନବିନ ପରିଡାଙ୍କ ଘରେ ଗତ୨୫-୧୧-୨୦୨୦ ତାରିଖ ଦିନ ପଶି ଜନୈକ ଚୋର ଚୋରୀ କରିବାକୁ ଉଦ୍ୟମ କରୁଥିବା ସିସି କେମେରାରେ କୟଦି ହୋଇଥିଲା ।ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ୧୫୫/୨୦ ମାମଲା କେଶ ରୁଜୁ କରି ତଦନ୍ତ କରୁଥିଲେ ।ପୋଲିସ ତଦନ୍ତ କରି ସେହି ଗ୍ରାମର ସମରା ମୁର୍ମୁଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ।


