ଚୋର ସନ୍ଦେହରେ ଦୁଇ ଯୁବକକୁ ନିସ୍ତୁକ ପିଟିଲେ ଗ୍ରାମବାସୀ
ଚିକିଟି,(ୱାଇଏନ୍ଏସ୍): ଚିକିଟି ଆଜି ମଧ୍ୟାହ୍ନରେ ମଧବନ୍ଧ ଗ୍ରାମର ଐରସଲତାବର ନିକଟରେ 5 ଯୁବକ ମିଶି ସେଠାକାର ଖଞ୍ଜା ଯାଇଥିବା ଯନ୍ତ୍ରାଂଶ ଖୋଲୁ ଥିବା ବେଳେ ଏଠାକାର ସୁରକ୍ଷା ଦାୟିତ୍ୱରେ ଥିବା ଯୁବକ ଜଣକ ପଚାରି ବାରୁ ନିଜର ପରିଚୟ ଭିନ୍ନ ଭିନ୍ନ ପ୍ରକାରେ ଦେବାରୁ ଚୋର ସନ୍ଦେହ କରି ଅଟକିବା ଚେଷ୍ଟା କରିବାରୁ ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲେ l 5 ଜଣ ମଧ୍ୟରୁ 3 ଜଣ ପଳାୟନ କରିଥିବା ବେଳେ 2 ଜଣ ଧାରା ପଡି ଥିଲେ ଧରା ପଡି ଥିବା ଯୁବକ ଦୁଇ ଜଣକୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଇଥିଲେ l ଗତ 5 ଦିନ ହେଲା ମାଧବନ୍ଧ ଓ ତାର ଆଖପାଖ ଇଲାକରେ ଚୋର ପ୍ରବଳ ମାତି ଥିବା ଖବର ଜଣା ପଡିବାରୁ ଚିକିଟି ଫାଣ୍ଡି ପୋଲିସର ନିଦ ହଜି ଯାଇଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ମେଳି ବାନ୍ଧି ଚୋର ଜଗୁଥିବା ଦେଖିବାକୁ ମିଳୁଛି ।


