ଚୌଦ୍ବାର ରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟିତ

ଚୌଦ୍ଵାର, (ଦୀପକ୍ କୁମାର ବେଉରା) : ଶେଷରେ ଚୌଦ୍ୱାର ବାସିନ୍ଦାଙ୍କ ଦାବି ପୁରଣ ହେଲା ।  ଆଜି ଚୌଦ୍ଵାର ପୌରପାଳିକା ରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚୌଦ୍ଵାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆନୁଷ୍ଠାନିକ ଭାବେ ସ୍ବାସ୍ଥ୍ୟ କେନ୍ଦ୍ର କୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,ସ୍ଥାନୀୟ ବିଧାୟକ ସୈାଭିକ୍ ବିଶ୍ଵାଳ,ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ବିଜେଡ଼ି ଉପସଭାପତି ପ୍ରେମଚାନ୍ଦ୍ ନାୟକ,ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା,ଯୁବ ସଭାପତି ଅର୍ଜୁନ ପଣ୍ଡା,କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ