ଛତୁ ତରକାରୀ ଖାଇ ୪ ଝାଡ଼ାବାନ୍ତି ରେ ଆକ୍ରାନ୍ତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବିଷାକ୍ତ ଛତୁ ତରକାରୀ ଖାଇବା ପରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର  ଗୋଟିଏ ପରିବାରର ୪ ଜଣ ସଦସ୍ୟ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆକ୍ରାନ୍ତ ମାନେ ହେଲେ ଗ୍ରାମର ବି.ସହଦେବ ଦୋରା,ବି.ଅମ୍ବିକା ଦୋରା,ବି.ମହେନ୍ଦ୍ର ଦୋରା ଏବଂ ବି.ମାନସ ଦୋରା। ରବିବାର ସକାଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ରେ ସୁଧାର ଆସିବାରୁ ସେମାନେ ଘରକୁ ଫେରିଥିବା ଜଣାପଡିଛି।  ଗୋକର୍ଣ୍ଣପୁର ଗ୍ରାମର ବି.ସହଦେବ ଦୋରା ଶନିବାର ସନ୍ଧ୍ୟାରେ ନିଜ ଚାଷଜମିରେ ଫୁଟିଥିବା ଶ୍ରାବଣ ଛତୁ ଘରକୁ ଆଣିଥିଲେ।ରାତିରେ ଛତୁ ରୋଷେଇ କରି ଘରଲୋକେ ଖାଇଥିଲେ। ରାତିରେ କିଛି ଜଣାପଡିନଥିଲା। ରାତ୍ରି ଭୋଜନ ସାରି ପରିବାର ଲୋକେ ଶୋଇଥିଲେ। ରବିବାର ଭୋର ରେ ସେମାନେ   ଝାଡା ବାନ୍ତିରେ ଆକ୍ରାନ୍ତ ହୋଇପଡ଼ିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ