ବିଜେପିର “ହର ଘର ସଂପର୍କ” କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ପକ୍ଷରୁ “ହର ଘର ସମ୍ପର୍କ” ଅଭିଯାନ ଆରମ୍ଭ ହୋଇଅଛି। ରବିବାର ପୋଲସରା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବୁଗୁଡ଼ା ବ୍ଲକର ଅଶ୍ରାମ କରଡାବାଡ଼ି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଜିଲ୍ଲା ବିଜେପି ସଭାପତି ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ବାଲିପଦର ମଣ୍ଡଳ ସଭାପତି ଭଗବାନ ଜେନା, ସନ୍ତୋଷ କୁମାର ଭୋଳ, ରବି ପ୍ରଧାନ, ମହେନ୍ଦ୍ର କୁମାର ପଣ୍ଡା ଓ ପ୍ରକାଶ ମହାରଥାଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଶ୍ରମ କରଡ଼ାବାଡ଼ି ପଞ୍ଚାୟତ ପ୍ରତ୍ୟେକ ଲୋକଙ୍କ ଘରକୁ ଘର ବୁଲି ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଏଥି ସହିତ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ଯ ସରକାର ନିଜର କହୁଛନ୍ତି ତାକୁ ମଧ୍ୟ ଲୋକଙ୍କୁ ବୁଝାଇଥିଲେ। ଆଗକୁ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତରେ ଏହିଭଳି ଜନ ସଂପର୍କ ସୃଷ୍ଠି କରି ମୋଦୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକାଙ୍କୁ ଅବଗତ କରାଯିବ ବୋଲି ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ