ଛତ୍ରପୁରବାସିଙ୍କ ପାଇଁ ଏବକୋ ଡିଜିଟାଲ ପକ୍ଷରୁ ୱାଇରଟେଲ୍ ନେଟୱାର୍କର ଶୁଭାରମ୍ଭ

ଛତ୍ରପୁର (ଦେବଦ‌ତ୍ତ ମହାରଣା): ଆଜିଠୁ ଛତ୍ରପୁରର ସମସ୍ତ ବର୍ଗର ଜନସାଧାରଣ ଓ ଉପଭୋକ୍ତା ପାଇଁ ନୂତନ ଟେକନୋଲୋଜି ମାଧ୍ୟମରେ ଏବକୋ ଡିଜିଟାଲ ଓ ୱାଇରଟେଲ ପକ୍ଷରୁ ହାଇ ସ୍ପିଡ୍ ର ନେଟ୍ ୱାର୍କ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଶିବ୍ କୁମାର ପଟ୍ଟନାୟକ ରିଡିଂ ରୁମ୍ ପରିସରରେ ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଏବ କୋ ଡିଜିଟାଲ୍ ଓ ୱାଇରଟେଲ ମିଳିତ ଆନୁକୂଲ୍ୟରେ ଯୁବକ, ଛାତ୍ର ଓ ସମସ୍ତ ବର୍ଗର ଉପଭୋକ୍ତା ମାନଙ୍କ ନିମନ୍ତେ ଶୁଲଭ ଦରରେ ୱାଇରଟେଲ୍( ବ୍ରଣ୍ଡ ବ୍ୟାଣ୍ଡ ସର୍ଭିସ) ନେଟ୍ ୱାର୍କର ସୁବିଧା ମିଳିବ । ଏବ୍ କୋ ଡିଜିଟାଲ ଏମଡି ପ୍ରଣବ କୁମାର ପଣ୍ଡା ଏହି ସ୍ପିଡ୍ ଇଂଟରନେଟ୍ ସେବା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେବାସହ ଏହାର ଉପଭୋଗ କରିବା ନିମନ୍ତେ ସେ କହିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ତଥା ବରିଷ୍ଠ ସମାଜସେବୀ ଇଂ. ରାମଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଏହାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଏହି ସ୍ପିଡ୍ ଇଂଟରନେଟ୍ ସେବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା, ଏଥିରୁ ପୁଲିସ,ଶିକ୍ଷା ଓ ରେଭିନ୍ୟୁ ବିଭାଗ ପ୍ରଭୃତି ଉପକୃତ ହେବେ । ବିଶେଷ କରି ସାଧାରଣ ସେବା ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଥିଲେ । ଏହି ସେବା ପାଇଁ ରାଉଟର୍ ଗୁଡ଼ିକ ବଂଟନ କରାଯାଇଥିଲା । ପ୍ରଥମେ ଛତ୍ରପୁର ଅଗ୍ରଣୀ ବ୍ୟବସାୟୀ ଭି.ମନୋଜ କୁମାର ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ରବିନ୍ଦ୍ରନାଥ ଦାସଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଏବଂ ଏବକୋ ଡିଜିଟାଲର ଉପଦେଷ୍ଟା ବି. ଶ୍ରୀନିବାସ ପରିଚାଳନା କରିବା ସହ ଏହି ସେବା ସଂପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ସୂଚନା ଦେଇଥିଲେ । ୱାଇରଟେଲ୍( ବ୍ରଣ୍ଡ ବ୍ୟାଣ୍ଡ ସର୍ଭିସ) ନେଟ୍ ୱାର୍କର ସେବା ନିମନ୍ତେ ଉପଭୋକ୍ତା ମାନେ ସ୍ଥାନୀୟ କେବୁଲ ଅପେରେଟର ଙ୍କ ସହ ଯୋଗାଯୋଗ କରିପାରିବେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ